Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhanjana Tripathy

Others

3  

Prabhanjana Tripathy

Others

ଶାରଦା

ଶାରଦା

1 min
294


ଜନ୍ମ ହେଲା ପରେ ମା ଦୁଧ ପିଇ,

ପିତା ସ୍ନେହେ ମୁଁ ହୋଇଲି ଗେଲି,

ମାଟି ଉପରେ ପାଦ ଦେଲାପରେ,

ମା ନିର୍ଦେଶରେ ପାରିଲି ଚାଲି ।


କାନ୍ଦିବା ପରେ ହସିବା ଶିଖିଲି,

ମା ଡାକ ଆଗ ବୁଝିଲି ପାରି,

ଅ ଆ ଠାରୁ ଅକ୍ଷ ୟଲ ଶିଖି,

ଚାଟଶାଳୀ ପାଠ ପାରିଲି ଧରି ।


ଦିନ ସାଥେ ସାଥେ ବୟସ ବଢ଼ିଲା,

ବଢିଗଲା ମୋର ଶରୀର ଅଙ୍ଗ,

କଥା ଅଙ୍ଗିଭଙ୍ଗି ଚାହାଣି ବଦଳି,

ବଦଳି ଗଲା ମୋ ଚାଲିର ଢ଼ଙ୍ଗ ।


ରାସ୍ତା କଡରେ ବାଳୁଙ୍ଗା ଟୋକାଏ,

ହେଣ୍ଟାଳ ସମ ରହିଲେ ଚାହିଁ,

ଭଗବାନ୍ କିଆଁ ଦେଲା ଏ ଶରୀର,

ରାମ୍ପି ରୁମ୍ପି ମତେ ଯିବେକି ଖାଇ ।


କୁନ୍ଦୁଲି ଭଳି ହେବକି ମୋ ଦଶା,

ପୁଣି ହେବ ମୋର ଶରୀର ବଣ୍ଟା,

କେବେ ଆସିବୁ ତୁ ମହିଷା ମର୍ଦ୍ଧିନି,

ଜଗିଛି ମାଆ ଲୋ ସମୟ କଣ୍ଟା ।



Rate this content
Log in