STORYMIRROR

Kali Kumar

Others

4  

Kali Kumar

Others

ଶାନ୍ତି ସ୍ତୁପ

ଶାନ୍ତି ସ୍ତୁପ

1 min
133

ସେଇ ଭଗ୍ନ ବନ୍ଧୁର ନିଷ୍ପ୍ରଭ ଶୀଳା, 

ଫୁଟିଛି ତହିଁ ରମ୍ୟ ଲଳିତ କଳା

ଭିଆଇ ଥିଲା ସେଠି, ଅଶୋକ

ମରଣର ବିଭତ୍ସ ତାଣ୍ଡବ ଲୀଳା 

ସେହି ରକ୍ତଭିଜା ବନ୍ଧୁର ନିଷ୍ପ୍ରଭ ଶୀଳା ।୧।


କେମିତି ସାଜିଲା ପାଷାଣଟା ପୁଣି

ଶାନ୍ତି ବାର୍ତ୍ତାର କପୋତ,

ମୂକସାକ୍ଷୀ ସାଜି ଛିଡ଼ା ହୋଇଅଛି

ଧଉଳିଗିରିର ଶୁଭ୍ର ସ୍ତୁପ ।୨।


ଚଣ୍ଡାଶୋକ ସେଠି ଅସ୍ତ୍ର ତ୍ୟାଗିଣ

ପ୍ରଚାରେ ଶାନ୍ତି ମନ୍ତ୍ର,

ଶାନ୍ତ ସ୍ନିଗ୍ଧ ଚେହେରା କାହାର 

କରିଥିଲା ତାକୁ ଅଭିମନ୍ତ୍ର ।୩।


କ୍ଷୁଧାତୁର ତା'ର ପିପାସୁ ତୀକ୍ଷ୍ଣ ତରବାରୀ

କେତେ ରକତ ପିଇଛି ବକ୍ଷକୁ କ୍ଷଣେ ଚିରି

ଦୟାନଦୀର ସେ ରକ୍ତମାଖା ଲୋହିତ ତୀର

ପଡ଼ିଥିଲା ଯହିଁ ଜୀବନଚ୍ୟୁତ କ୍ଷତାକ୍ତ 

ଅସଂଖ୍ୟ ମର ଶରୀର ।୪।


କୂଢ଼ କୂଢ଼ ସେହି ଶବ ଭିତରୁ, ବୋଧେ,

କିଏ କହିଦେଲା ଉଠି,

କହ! କହରେ ସମ୍ରାଟ କ'ଣ ପାଇଲୁ

ରକ୍ତରେ ଭିଜାଇ ଉତ୍କଳ ମାଟି ।୫।


ଦେଇ ପାରିବୁ କି ଗୋଟିଏ ଜୀବନ

ନେଇଛୁ ଯେତେ,ଶାଣିତ ତରବାରୀ ଧାରେ

ଫେରାଇ ପାରିବୁକି ରକତ ବୁନ୍ଦାଏ

ଯାହା ବୁହାଇଛୁ ଦୟାନଦୀର ନୀରେ ।୬।


ନିରୁତ୍ତୋର ସେହି ସମ୍ରାଟ ଜଣ 

ବସି ପଡ଼ିଲା ଆଣ୍ଠୁମାଡ଼ି,

ତ୍ୟାଗି ଦେଲା ସବୁ ଆତ୍ମଗର୍ବକୁ

ତାରବାରୀ ଖୋଳୁ କାଢ଼ି ।୭।


ନିମିଷକେ ଖେଳିଗଲା ମୃତ୍ୟୁର

ବିଭୀଷିକା ତା' ଆଗେ,

ଚିତ୍କାରୀ ଉଠେ ଆତ୍ମାଟି ତାହାର

ଶାନ୍ତିର ଭିକ୍ଷା ମାଗେ ।୮।


ପରିତ୍ୟାଗି କ୍ଷମତା, ଶାସନ ମୋହକୁ

ବୁଦ୍ଧ ଶରଣେ ପଶିଲା,

ଆତ୍ମା ଶୁଦ୍ଧିକରଣ ଅନ୍ତେ

ଜୀବେ ଦୟା ଶିକ୍ଷା ପାଇଲା,

ପରିଶେଷେ,

ହିଂସା, କ୍ରୁରତା ଛାଡ଼ିଣ, 

ଶାନ୍ତିର ପଥେ

ଧର୍ମାଶୋକ ନାମ ସେ ପାଇଲା ।୯।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍