STORYMIRROR

Bunee Tripathy

Others

4  

Bunee Tripathy

Others

ଶାଣିତ ଖଡଗ

ଶାଣିତ ଖଡଗ

1 min
332


ଘଟି ଯାଇଥିବା ଘଟଣାବଳିକ

  କରେ ଯିଜ ଲିପିବଦ୍ଧ

ଅତୀତ ନାମରେ ହୋଇଥାଏ ଖ୍ଯାତ

  ମନରେ ହୁଏ ଆବଦ୍ଧ।


ବିତି ଯାଇଥିବା ଜୀବନ ପୃଷ୍ଠିକୁ

  ପଢିବିକୁ ଯେବେ ଚାହଁ

ଗୋଟିଗୋଟି କରି ଓଲଟାଓ ଫର୍ଦ୍ଦ

  ପ୍ରତିଛବି ନାଚେ ମୁହଁ।


ଅତୀତ ଅଟଇ ଶାଣିତ ଖଡଗ

  କଟିଯିବ କା'ର ବେକ

ରକ୍ତର ନଈରେ ଆସିବତ ବନ୍ଯା

  ଭସାଇ ଦେବତ ଭେକ।


ଗଡିଯାଉଥିବା ଜୀବନ ଆଗରେ

  ପାଚେରୀ ହୋଇବ ଦିନେ

ପ୍ରତିବନ୍ଧ ରୂପି ଅତୀତଟା ଯେବେ

  ଠିଆ ହୋଇଯିବ ଜନେ।


ଅତୀତ ଫେରଇ ନୂଆରୂପ ନେଇ

   ଅଳଙ୍କାର ଅନୁପ୍ରାସେ

ତାକୁ ଯିଏ ଥରେ ଦୂରକୁ ଫୋପାଡେ

  ବଞ୍ଚି ଯାଏ ପରା ଶେଷେ।


ଗୁଣନ ହରଣ କରି ଯିଏ ଶୁଣେ

   ମିଶାଣ ଫେଡାଣ ଦେଇ

ବର୍ଣ୍ଣନା କରିବେ ଟିକେରୁ ଟାକାଏ

  ଶୁଣୁଥିବ ମନ ଦେଇ।


ଅତୀତ ଆସଇ ସାଙ୍ଗସାଥି ନେଇ

   କରିବାକୁ ହଟଗୋଳ

ଅନଳ ଭିତରେ ପତଙ୍ଗ ପରାଏ

  ଝାସ ଦିଏ ହୋଇ ଝୁଲ।


ବର୍ତ୍ତମାନ ତୁମ ହେବ ଛାରଖାର

  ଅତୀତ ହୋଇବ ଠିଆ

କବଳରୁ ତାର ହେବନାହିଁ ମୁକ୍ତି

  ପାଇବନି କେବେ ରାହା।


ସୁଖ ହେଉ ଅବା ଦୁଃଖର ଅତୀତ

  ଅତୀତ ଅତୀତ ହୋଇ

ରହିଥିବ ପଛେ ସବୁଦିନ ପାଇଁ

  ଖୁସିରେ ରହିବ ଭାଇ।


ଟୁପୁରୁ ଟାପର ନିମକହାରାମି

  ଅତୀତର ପରା ଚର

ସଭିଏଁ ଏକାଠି ଧରିଲେତ ଅସ୍ତ୍ର

   ବର୍ତ୍ତମାନ ଛାରଖାର।


ମହମନିଷି ତ କହି ଯାଇଛନ୍ତି

   ଅତୀତ ଫେରେ ଜୀବନେ

ତାକୁ ଯିଏ କେବେ ଅଣଦେଖା କରେ

   ହାରିଯାଏ ସେ ଜୀବନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍