STORYMIRROR

Sarojini Jena

Others

3  

Sarojini Jena

Others

ଶାମ୍ବ ଦଶମୀ

ଶାମ୍ବ ଦଶମୀ

1 min
211


ମହା ଗ୍ରହ ଅଟ ତୁମେ ପରା

ତୁମ ଏ ଓଷା ପାଳନ୍ତି ବିଧିରେ

ପ୍ରତି ଗୃହେ ପୂଜା ହୁଏ

ନିଷ୍ଠାରେ ଓଡ଼ିଆଙ୍କ ପୁରେ

ଓଡ଼ିଆର ନାରୀ ପ୍ରତ୍ୟୁଷରୁ ଉଠି

ସ୍ନାହାନ ସାରିଣ ଅର୍ଘ୍ୟ ଧରି ଘୃତଦୀପେ

ବନ୍ଦାପନା କରେ ବାଳ ଅରୁଣଙ୍କୁ

ଦୁବ ଅରୁଆ ଚାଉଳ, ଧୂପ ସଜାଇ

ଛେନା,ଗୁଡ଼, ନଡ଼ିଆ,କଦଳୀ ପଣାରେ

ଉଦୟ ଖେଚୁଡ଼ି ବାଢି ମାନସିକ କରି

ସନ୍ତାନ ପାଇଁ ସେ ମଧ୍ୟାହ୍ନ ଧୂପରେ

ଭୋଗ ଲାଗିକରେ ଖିରି, ପିଠା, ମିଠା

ଡାଲମା ବାଢି ଯେ,

ଅଗଣାରେ ଶୁଭ୍ର ଚିତା ଦିଏ ଝଟକାଇ

ସପ୍ତ ବାଇଗଣ ପତ୍ରେ ଭୋଗକୁ ରଖଇ

ସିନ୍ଦୁର, ଚନ୍ଦନ ମାରି କଳସ ସ୍ଥାପନେ

ସୂର୍ଯ୍ୟ ଦେବଙ୍କୁ ମନାସି ପୂଜା କରେ ସେ ଭକ୍ତିରେ

ମହା ଗ୍ରହ ଶାନ୍ତି ହେଲେ ଅଷ୍ଟଗ୍ରହ ଶାନ୍ତି

ଏଥିପାଇଁ ଶାମ୍ବ ଦଶମୀ ସଭିଏଁ ବିଧିରେ ପୂଜନ୍ତି

ସନ୍ଧ୍ୟା ନଇଁଗଲେ ସନ୍ଧ୍ୟା ଧୂପରେ ଯେ ନାରୀ

ବୁଢ଼ା ଚକୁଳି ଭୋଗ ଲଗାଇ ସେ ମେଲାଣି ଦିଅନ୍ତି

ତିନି ଧୂପ ଭୋଗ ପାଇ ସୂର୍ଯ୍ୟ ଦେବ ସନ୍ତୁଷ୍ଟ ହୁଅନ୍ତି

ଯେଝା ମନବାଞ୍ଛା ପୁଣି ପୂରଣ କରନ୍ତି

ତାଙ୍କ କୃପାରୁ କୁଷ୍ଠ ରୋଗେ ହୋଇଣ ଆଂକ୍ରାନ୍ତ

ପ୍ରଭୁ ଶ୍ରୀକୃଷ୍ଣ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ହୋଇଥିଲେ ମୁକ୍ତ

ଏଥିପାଇଁ ପୌଷ ଶୁକ୍ଳ ଦଶମୀ ତିଥିରେ

ଶାମ୍ବ ଦଶମୀ ପଡଇ ପୁରେ ପୁରେ

ଆନନ୍ଦର ମହୋତ୍ସବ ଲାଗିଥାଏ ଓଡ଼ିଆର ଘରେ

ଏ ପରବ ଅଟେ ଅତି ଭକତିର ପର୍ବ

ନିଷ୍ଠାରେ ପାଳନ କଲେ ନିରୋଗ ରୁହନ୍ତି ସର୍ବ

ରବିଦେବ ସନ୍ତୁଷ୍ଟ ପାଇଁକି ଏ ପ୍ରସିଦ୍ଧ ମାସଟି ପୌଷ

ଆଦିତ୍ୟଙ୍କୁ ପୂଜି ସର୍ବେ ଲଭିବା ଆଶିଷ ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍