STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଶାଳୀନତା

ଶାଳୀନତା

1 min
407

ଜନମ କାଳରୁ ଏଯାଏଁ ହୃଦୟେ

ଶାଳୀନତା ନାହିଁ ବୋଲି

ଭଲ ପାଆନ୍ତିନି ଘରଠୁ ସହର

ତଥାପି ପଡି଼ଛି ଝୁଲି।୧

ଆଜି ମୁଁ ସଂସାରେ ବଡ ହୋଇଲିଣି

ଈଶ୍ବର ଦତ୍ତକୁ ଭୁଲି

ଛାଡି଼ ପାରୁ ନାହିଁ ପ୍ରକୃତି ହୃଦରୁ

ଅଙ୍ଗାର ହେବ କି ନାଲି?୨

ସବୁବେଳେ ସେହି କଥା କହୁଅଛ

ଶାଳୀନତା କିଆଁ ନାହିଁ

ଧୀଟ ନୀଚ୍ଚ କାମ ହାତକୁ ନେଉଛ

ଏମିତି ହେଉଛ କାହିଁ?୩

ଗାଆଁରେ ସହରେ ହାଟ କି ବଜାରେ

ମୋର କଥା ଚର୍ଚ୍ଚା ହୁଏ

ସଭା ସମିତି କି କବିତା ଆସରେ

କଥା କୁହନ୍ତିନି କିଏ?୪

ମୋର କବିତାକୁ ପଢ଼ନ୍ତି ନାହିଁ କି

ଶୁଣନ୍ତିନି କେହି ଜଣେ

ଫୁସୁରୁ ଫାସୁର ସଭିଙ୍କ ଭିତରେ

କିଏ ଡାକିଥିଲା ଶୁଣେ?୫

ବଡ଼ ନିର୍ଦ୍ଦୟ କି ମୋର କର୍ମ ପାଇଁ

ସବୁଠାରେ ଦୂରଦୂର

କୁଆଡୁ ଆସିଲା କବିଟେ ବୋଲାଇ

ଏ ଜଣେ ଖଣ୍ଟ କି ଚୋର?୬

କଅଣ କରିବି ଆହେ ବିଜ୍ଞଜନ

ଘୁଷୁରି ପ୍ରକୃତି ପଙ୍କ

ନିମ୍ବର ସ୍ବାଦଟା ମିଠା ହୋଇବ କି

ଦିଅ ପଛେ ହୃଦେ ଚେଙ୍କ?୭

ବଡ଼ ଅଲାଜୁକ ଶାଳୀନତା ହୀନ

ଦଇବ ଗଢି଼ଛି ମୋତେ

ଭଲ ବାଟକୁ ମୁଁ କେମିତି ଆସିବି

ଚାହିଁବି କାହାର ହିତେ?୮

ଦିଅ ପଛେ ଯେତେ ଅପବାଦ ଫିଙ୍ଗି

ମୋ'ପ୍ରକୃତିରେ ମୁଁ ଖୁସି

ଚୁଲିକୁ ତୁମର ଯାଉ ଶାଳୀନତା

ସୁଖୀ ହୁଅ ଅବା ଦୁଃଖୀ?୯

ଛାଡି଼ ନାହିଁ ମୁହିଁ ଛାଡି଼ବି ବି ନାହିଁ

ପ୍ରକୃତିରେ ବନ୍ଧା ଦେହ

କ୍ଷମା କରିଦେବ ମୋର ଏ କର୍ମକୁ

ଯିଏ ଯାହା ପଛେ କୁହ।୧୦

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍