Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anam Charan Sahoo

Others

5.0  

Anam Charan Sahoo

Others

ଶାଳବଣ ରାଣୀ

ଶାଳବଣ ରାଣୀ

1 min
412


ଏ ବିଶ୍ୱ ଭୁବନ ବଡ ସୁଶୋଭନ

ସୁନ୍ଦର ତା ଦୃଶ୍ୟରାଜି

ଯେତେ ଦେଖିଲେବି ଅପଲକ ନେତ୍ରେ

ତନୁ ମନ ଯାଏ ହଜି ।

ଶ୍ରୁତି ଶୁଣିଥିଲା ମନ ଚାହୁଁଥିଲା

ଦେଖିବି ତାରିଣୀ ମାଆ

ଡାକିଦେଲେ କିଏ ଓ' କରିଥାଏ

ବିପଦେ ହୋଇଣ ସାହା ।

ମୋ ବନ୍ଧୁ ସୋଦର ହୋଇଲେ ବାହାର

ତାରିଣୀ ମା ଦରଶନେ

ଯିବା ପାଇଁ ମନ ହୁଏ ମୋ ଉଚ୍ଛନ୍ନ

ଲୋତକ ଝର ନୟନେ ।

ଦୁଃଖ ସହେ ନାହିଁ ମାଆ ସେ ସବୁରି

ଲଗାଇ ଡୋର ତାହାର

ମୋତେ ଡ଼ାକିନେଇ ଦରଶନ ଦେଲା

ମନୋବାଞ୍ଛା ପୂର୍ଣ୍ଣ ମୋର ।

ଯୋଡ ବେନି ପାଣି ନାମ ତୁଣ୍ଡେ ଗୁଣି

ବସାଇ ହୃଦ ଆସନେ

ଭଜି ମା' ତାରିଣୀ ଶାଳବଣ ରାଣୀ

ପୟର ବନ୍ଦିଲି ମନେ ।

ଧନ୍ୟ ହେଲା ନେତ୍ର ଧନ୍ୟ ହେଲା ଗାତ୍ର

ନଡ଼ିଆ ରାଣୀକୁ ଦେଖି

ଅନେକ ଜନ୍ମର ପାପ ରାଶି କ୍ଷୟ

ଜୀବନେ ତା ଲାଗି ସୁଖୀ ।


Rate this content
Log in