ସେଇ ତିରିଶ ମିନିଟ୍
ସେଇ ତିରିଶ ମିନିଟ୍
ବନ୍ଧୁ ଜଣକ ବହୁତ ଦିନ ପରେ ଆସିଥିଲେ
ତାଙ୍କୁ ସ୍ବାଗତ କରିନେଇ ଲନ୍ କୁ ଗଲାବେଳେ
ଧିରେ କାନରେ ସେ ମୋତେ କହିଦେଇ ଗଲେ
ତା ପ୍ରିୟ କଫି ଟା ନେଇ ଆସିବ ।
ମୁଁ ଜାଣେ..ଏଇ ବନ୍ଧୁ କେତେ ଭଲ ପାଆନ୍ତି କଫିକୁ
ବହୁତ ଭଲ ହୃଦୟ ମଣିଷ ଟିଏ
କିନ୍ତୁ ଭରି ରହିଛି ଦେଖେଇ ହେବା ଗୁଣଟି ମଧ୍ୟ
ଭାବି ଭାବି ପହଞ୍ଚି ଯାଇଥିଲି ରୋଷେଇ ଘରେ ।
ମୁଣ୍ଡରେ ଚଡ଼କ ପଡ଼ିଲା ପରି ଲାଗିଲା
ଆରେ..ପୁଅ ଲୁଚେଇକି କଫି ପିଇବାରୁ
ଆଉ ରଖୁ ନାହି କଫି ମୁଳୁ ମାଇଲେ ଗଲା ସରି ନ୍ୟାୟରେ
ଓଃ..ଛୁଆ ମାନେ ବେଳେ ବେଳେ କେତେ ଅସହାୟ କରି ଦିଅନ୍ତି ନା !
ତେବେ ଉପାୟ କଣ!! ମୋବାଇଲ ବି ଛାଡି ଆସିଛି
ଓଃ.. ଦରକାର ବେଳେ..କିଛି ପାଖରେ ନ ଥାଏ
କାହିଁକି..ମଣିଷ ଏମିତି ସବୁ ଥାଇ ମଧ୍ୟ ନିଃଶ୍ୱତାର ଅନୁଭୂତି କରେ!!
କଣ ଆଜି ଇଜ୍ଜତ ମହତ ସବୁ ଏଇ କପେ କଫିରେ !
ଆଉ ଭାବି ହେଉନି ବନ୍ଧୁତା ଆଳରେ କେତେ ଯେ ଶୁଣିବାକୁ ପଡ଼ିପାରେ!
ମଣିଷ କାହିଁକି ଏମିତି ନିଜ ପ୍ରତିଷ୍ଠା ସଫଳତା ବନ୍ଧନୀରେ ନିଜେ ବାନ୍ଧି ହୋଇଯାଏ!
ପୂର୍ବ ପରି ଯଦି ଘର ସବୁ ପାଖାପାଖି ଥାଆନ୍ତା!
କାହାକୁ କହି ପାରନ୍ତି ନା..ସାହାଯ୍ୟ ପାଇଁ..ଏଇ ଛୋଟ କାମ ପାଇଁ
କିନ୍ତୁ.. ଅଭିଜାତ୍ୟ ର ଆଧୁନିକ ପାଚେରୀ ବହୁତ ଉଚ୍ଚା..ତାକୁ କିପରି ଲଂଘି ଯାଇ ହେବ!
କିନ୍ତୁ..ମନ ପଡ଼ିଲା..ଖୁସି ବି ଲାଗିଲା
କ୍ୟାଡବରୀ ଚକୋଲେଟ ଖଣ୍ଡେ ଆଣି
କ୍ଷୀର ରେ ମିଶେଇ କଫି ରୂପ ଦେଇ ହସିଲି
ବେଳେ ବେଳେ ଏତେ ଛୋଟ ସମାଧାନ ବି କେତେ ଆବଶ୍ୟକ ହେଇପାରେ!
କଫି ନେଇ ଆଗକୁ ବଢିଲି..ସତେ ଯେମିତି
ନିଜ ମାନ ମହତକୁ ପାରିବାର ପଣିଆରେ ଫେଣ୍ଟି ଦେଇଛି
କଫି ଦେଖି କିନ୍ତୁ ବନ୍ଧୁ କହିଲେ..ଡାକ୍ତର ମନା କରିଛନ୍ତି
ତେଣୁ ମୁଁ କଫି ପିଇବା ବନ୍ଦ କରି ଦେଇଛି..!
