ସେଇ ଦିନ
ସେଇ ଦିନ
ସେଦିନ ସବୁ ସତରେ କଣ ବହୁତ୍ ଦୂରକୁ ଚାଲିଗଲା
ଯେଉଁ ସବୁ ଦିନରେ ନା ଦିନ ଜଣା ଯାଉଥିଲା
ନା ରାତି ଆସିଲେ ସେ ବି ଖବର ଦେଉଥିଲା ।
କେବଳ ସକାଳ ହେଉଥିଲା ସ୍କୁଲ ଯିବା ପାଇଁ ବ୍ୟସ୍ତତା ସହ
ସନ୍ଧ୍ୟାଟା କିନ୍ତୁ ନିଶ୍ଚୟ ଆସୁଥିଲା
ଖେଳଛୁଟିର ଉନ୍ମାଦନାର ହୋଇ ବାର୍ତ୍ତବହ ।
ରାଜାରାଣୀ ଚୋରପୋଲିସ ଖେଳ ଖେଳୁ ଖେଳୁ
ସେଇ ବନ୍ଧୁତା ପୂର୍ଣ୍ଣ ଛୋଟ ଛୋଟ ଝଗଡା
ସମାପ୍ତ ହେଉଥିଲା ପୁଣି ବାଡିରୁ ପିଜୁଳି ତୋଳୁ ତୋଳୁ ।
ଗିଲିଦଣ୍ଡା ସହ ବିଷଅମୃତ ତା ପରେ ପୁଣି ବୋହୂଚୋରି
କ୍ୟାରମ୍ ଚେସ ଲୁଡୁ ବ୍ୟାଡମିଣ୍ଟନ
ଗଳି କ୍ରିକେଟ ଥିଲା ମନମୋହକ ଭାରି ।
ଗାଁ ଦାଣ୍ଡର ଗୋଧୂଳି ବେଳରେ ମନ୍ଦିର ଆଳତୀ ଘଣ୍ଟା ସହିତ
ଘର ଭିତରୁ ସଞ୍ଜ ଶଙ୍ଖ ଘଣ୍ଟି ଶୁଭୁଥିଲା
ଖେଳ ସେଦିନ ପାଇଁ ହେଉଥିଲା ସମାପ୍ତ ।
ଶୀତୁଆ ମାର୍ଗଶିର ସକାଳେ ଝୋଟି ଉପରୁ ଗେଣ୍ଡୁଫୁଲ ଉଠେଇ
ଖେଳ ହେଉଥିଲା ଗଛ ଉପରେ ଚଢି
ନହେଲେ କୁକୁଡ଼ା ବାଛୁରୀ ପଛରେ ଗୋଡ଼େଇ ।
ମନେପଡେ ସେହି ଖେଳ ସେହି ଦିନ ସେହି ଚିନ୍ତାଶୂନ୍ୟ ସମୟ
ଯାହା କେବଳ ସ୍ତ୍ମୃତି ହେଉ ନାହିଁ ପ୍ରତ୍ୟୟ
ଫେରେଇ ଆସନ୍ତା କି ସତେ ଦୂରେଇ ମନୁ ଭୟ ସଂଶୟ ।