STORYMIRROR

Santanu kumar Meher

Others

3  

Santanu kumar Meher

Others

ସେଦିନ

ସେଦିନ

1 min
278


ଖୁସିର ଫୁଲବଗିଚାରେ

ମନର ପ୍ରାଯପତିମାନେ,

ଘୁରି ବୁଲୁଛନ୍ତି ।

ରଙ୍ଗ ଶୋଭା ପ୍ରକୃତିର ବାସ୍ନା ବି

ଆକର୍ଷିତ ହୋଇ ନିକଟରେ ।

ଆଉ ସେଦିନ, ସେ ମୁହୃର୍ତ୍ତ

ରୋମାଂଚକର ହେଉଥିବା

ଯୁବା ଯୌବନର ସନ୍ଧି,

ଆତ୍ମୀୟ ବନ୍ଧୁଜନ ଗହନରେ ।।୧।।

ହସୁଥିବା ପରିସୀମା

ନୀଳ ଆକାଶ ତାରା ମେଳେ

ନିରବ ହୋଇ-

ନିରୋଳାର ଅସଂଖ୍ୟ ସ୍ବପ୍ନରେ ।

ସେଦିନ ଖୋଜୁଥିବା

ପାରିଜାତ ରୂପ ଗୁଣକୁ

ଅତ୍ମୀୟତାର ସଦନ ଆଜି

ପ୍ରତିକ୍ଷାର ସ୍ମୃତି ନଈରେ ।।୨।।

ବୋଧେ ସେଦିନ

ବାରମ୍ବାର ଆସିବ,ଯିବ

କିଛିକାଳ ପାଇଁ-

ଅନୁଭବ ବି ହେବ।

ସମୟର ଋତୁ ଛାଇ

କିଛି ସ୍ମୃତିର ଫଗୁଣରେ

କେତେ ମନ,ପ୍ରାଣ,ହୃଦୟକୁ

ଦିନଟିଏ ଯେମିତି ନିଜେ ଛୁଇଁବ ।।୩।।

ଲୁଚିବାକୁ ଚେଷ୍ଟା କରେ

ଯନ୍ତ୍ରଣାର ଛାଇ ତଳେ

ନିଜେ ନିଜପାଇଁ ଯେତେ ।

ପ୍ରକୃତିର ସଯ ଭୁଇଁରେ

ଲଜକୁରି ଲତା ବି

ଲାଜେଇ ବସେ-

ଅତୀତର କଥାକୁ ନେଇ ସେତେ ।।୪।।

ଏକାନ୍ତରେ ହଜେ ନୀତି

ପ୍ରଲୋଭିତ ଦୁନିଆ

କର୍ମତାର ସବୁ ଜୀବନ ।

ଅପହଞ୍ଚ ଇଲାକାରେ

ବନ୍ଧୁତ୍ୱର ସାରା ସମ୍ପର୍କ

ସତେ ଯେମିତି କାନ୍ଦୁଛି

ଶୂନ୍ୟତାର ଏକ ନିର୍ଜନେ ।।୫।।

******

କବି-ଶାନ୍ତନୁ କୁମାର ମେହେର। (ଚିତ୍ରଶିଳ୍ପୀ)

9437160065


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍