STORYMIRROR

Mamata kumari Behura

Others

4  

Mamata kumari Behura

Others

ସେବା

ସେବା

1 min
284

କୋଟି ପୂଣ୍ୟ ବଳେ ଏ ମର୍ତ୍ତ୍ଯ ମଣ୍ଡଳେ

ମଣିଷ ଜୀବନ ପାଇ, 

ସତ୍ୟ, ଶାନ୍ତି, ଦୟା, କ୍ଷମା ଗୁଣ ଥିଲେ

ଜଗତଜିତା ହୁଅଇ। 


ମାନବ ସେବା ହିଁ ମାଧବର ସେବା

ହୃଦେ ହେଉଥିଲେ ଗାଇ, 

ମାନବ ଜୀବନ ସାର୍ଥକ ହୋଇକି

ଶ୍ରୀପାଦେ ଆଶ୍ରା ମିଳଇ। 


ସେବାହିଁ ପରମ ଧର୍ମ ଜୀବନର 

ଯଶ ଆଣେ ଜୀବନରେ, 

ଦୀନ, ଦୁଃଖୀ, ରୋଗୀ ନିଃସହାୟ ଜନେ

ସେବା କର ଆନନ୍ଦରେ। 


ମାନବ ସେବାରେ ଅତ୍ରୁପ୍ତ ଆନନ୍ଦ

ପାଇଥାଏ ଯେଉଁ ନର, 

ନିଜ ଜୀବନକୁ ଜଳାଞ୍ଜଳି ଦେଇ

ସେବା ମଣେ ଶ୍ରେୟସ୍କର। 


ସେବାରତ ଭିନ୍ନ ଭିନ୍ନ ରୂପ ଅଛି

ମନରେ ଟିକିଏ ହେଜ, 

ଜୀବନ ଚକ୍ରରେ ଯେତେ କାର୍ଯ୍ୟ ଅଛି

ସେବା ଅଟେ ଶ୍ରେଷ୍ଠ କାର୍ଯ୍ୟ। 


ସେବା କରୁଥିଲେ ମଦର୍ ଟେରେସା

ଶାନ୍ତି ଦୁତ ଟିଏ ସାଜି, 

ରାସ୍ତା କଡ ଦୁଃସ୍ଥ ଅସହାୟ ଜନେ

ଘାଆ ନିଜ ହାତେ ପୋଛି। 


ଘ୍ରୁଣା ଭାବ ଟିକେ ନଥିଲା ତାଙ୍କର

ସେନେହ ଆଦର ଦେଇ, 

ଖାଦ୍ୟ, ବସ୍ଥ ଦାନ ଦେଉଥିଲେ ତାଙ୍କୁ

ଅନାଥ ଆଶ୍ରମେ ନେଇ।


ଉତ୍କଳମଣି ଯେ ଗୋପବନ୍ଧୁ ଦାସ

ଓଡିଶାରର ଥିଲେ ମଣି, 

ବନ୍ଯା ସମୟରେ ଘର ଘର ବୁଲି

ସେବା ଦେଉଥିଲେ ଜାଣି। 


ପରିବାର କଥା ଭୁଲି ଯାଉଥଲେ 

ଦୁଃଖୀ ଜନତାଙ୍କ ପାଇଁ, 

ଦରିଦ୍ର ମାନଙ୍କ ବନ୍ଧୁ ସାଜି ଥିଲେ

ଲୁଗା ଔଷଧ ଯୋଗାଇ। 


ପ୍ରଭୁ ଶ୍ରୀକ୍ରୁଷ୍ଣଙ୍କୁ ସେବା ଦେଇଥିଲେ

ମାତା ଦ୍ରଉପଦୀ ଜାଣ, 

ନିଜ ବସ୍ତ୍ର ଚିରି ରକ୍ତାକ୍ତ ଅଙ୍ଗୁଷ୍ଠେ

ବାନ୍ଧି ଥିଲେ ମାତା ପୁଣ। 


ତାଙ୍କରି ସେବାର ଋଣ ଶୁଝିବାକୁ

ପ୍ରଭୁ ଶୀରିକ୍ରୁଷ୍ଣ ଦିନେ, 

କୋଟି ବସ୍ତ୍ର ଦେଇ ଲଜ୍ଜା ନିବାରିଲେ

ତାଙ୍କୁ କୁରୁସଭା ସ୍ଥଳେ। 


ସେବାର ମହତ୍ତ୍ବ କିଅବା ବର୍ଣ୍ଣିବା

ଯାହାର ଉପମା ନାହିଁ, 

ଜନସେବା ବଳେ ଆଦର୍ଶ ଜୀବନ

ଦ୍ରୁଢମନା ଲଭି ଥାଇ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍