STORYMIRROR

Usharani Sahoo

Others

3  

Usharani Sahoo

Others

ସେଵା

ସେଵା

1 min
162


ମାନବ ଜୀବନ ଅତି ମୂଲ୍ୟବାନ

ପ୍ରାଣୀଠାରୁ ସର୍ବଶ୍ରେଷ୍ଠ

ସୁକର୍ମ କରିଣ ପୂଣ୍ୟକୁ ଅର୍ଜିଣ

ଜୀବନ ହୁଅଇ ପ୍ରାପ୍ତ।

ମାନବ ଜୀବନ ହୋଇଵ ସଫଳ

କର୍ତ୍ତବ୍ୟପଥରେ ଗଲେ

ସେବା ମନୋଭାବ ହୃଦେ ସଦଭାବ

ଈଶ୍ୱର ସନ୍ତୋଷ ଭଲେ।

ପାଷାଣ ଦେହରେ ପୂଜାର୍ଚ୍ଚନା କଲେ

ମିଳିବ କି ଯଶ କୁହ

ପିତାମାତା ଆମ ଚଳନ୍ତି ଠାକୁର

ତାଙ୍କୁ ସେଵା କରୁଥାଅ।


ଦୁଃଖୀ ଦରିଦ୍ରର ମନୋଭାବ ଜାଣି

ଦୁଃଖକୁ ଯେ ଦୂର କର

ଅନ୍ଧର ଲଉଡ଼ି ତୃଷ୍ଣାତୁରେ ବାରି

କ୍ଷୁଧା ପେଟରେ ଆହାର।


ଗୁରୁଜନ ଆଉ ଲଘୁଜନ ସେବା

କରୁଥିବ ସମଭାଵ

ଆତ୍ମ ସନ୍ତୋଷରେ ସେବା କରୁଥିଲେ

ମିଳେ ଆତ୍ମ ତୃପ୍ତି ଲାଭ।


ମନେପଡେ ଆଜି ଗୋପବନ୍ଧୁ ଗାନ୍ଧୀ

ଇତିହାସ ପୃଷ୍ଠା କଥା

ଦେଶ ସେବା କରି ବଳିଦାନ ଦେଇ

ଗାଉଛି ଗାରିମା ଗାଥା।


ଦରିଦ୍ରର ବନ୍ଧୁ ଦାସ ଗୋପବନ୍ଧୁ

ନିଜ ସ୍ଵାର୍ଥ ତ୍ୟାଗ କରି

ଆସନ୍ନ ବିପଦେ ବନ୍ୟା ପ୍ରପୀଡ଼ିତେ

ଲୋକଙ୍କୁ ଦେଲେ ଉଦ୍ଧାରି।


ଗାନ୍ଧୀଙ୍କ ସମେତ କେତେ ଯେ ସଂଗ୍ରାମୀ

ମାତୃଭୂମି ରକ୍ଷା ପାଇଁ

ନିଜର ପ୍ରାଣକୁ ବାଜିରେ ଲଗାଇ

ଦେଶସେବା କଲେ ଯାଇ।


ବାଜି ରାଉତ ଓ ଧର୍ମପଦ କଥା

କି କହିବି ଆଉ ମୁହିଁ

ସାନ ହେଲେ ମଧ୍ୟ ଦେଶ ଜାତି ପାଇଁ

ପ୍ରାଣକୁ ଦେଲେ ଚଢାଇ।


ମଦର ଟେରେସା ସେଵା କରୁଥିଲେ

ରୋଗୀଙ୍କର ରୋଗ ଜାଣି

ହୃଦୟେ ଟିକିଏ ନଥିଲା ତାଙ୍କର

ଘୃଣା ଭାବ ଦ୍ୱିଧା ପୁଣି।


ଶ୍ରଵଣକୁମାର ପ୍ରଭୁ ରାମଚନ୍ଦ୍ର

ମାତୃପିତୃ ସେବା ପାଇଁ

ଅକ୍ଷରେ ଅକ୍ଷରେ ଆଦେଶ ପାଳନ୍ତି

ପୁତ୍ର ଧର୍ମ କର୍ମ ନେଇ।


ମାନଵ ସେବା ହିଁ ମାଧବଙ୍କ ସେବା

ନର ଦେହେ ନାରାୟଣ

ନିଃସ୍ୱାର୍ଥ ଭାବରେ କର୍ତ୍ତବ୍ୟ କରିଲେ

ସ୍ୱର୍ଗ ଧାମ ହେବ ପୁଣ।


ଏ ଜୀବନ ମୋର କି ଲାଭ ହୋଇବ

ଯଦି କିଛି କାର୍ଯ୍ୟ ନାହିଁ

ବଞ୍ଚିଥିବା ଯାଏଁ ସେବା କରୁଥାଏ

କୃପା କର ଭାବଗ୍ରାହୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍