ସେ ଓ ମୁଁ
ସେ ଓ ମୁଁ
କବିତା କହେ ହୃଦ ପରିଭାଷା
କବିତା ସମାଜ ଆଇନା
ଯେଵେ ସେ ଝରିଛି କଲମ ମୁନରୁ
ହୋଇଛି ସୁନେଲି ଝରଣା।
କୁଳୁକୁଳୁ ନାଦେ ଏ ହୃଦରୁ ସେ ହୃଦ
କରିଛି ସେ ଆପଣାର
ଖିଆଲି ମନରେ ହଜାଇଣ ସତ୍ତା
ବାଢେ ପ୍ରୀତିର ସମ୍ଭାର।
ଯେତେ ଶୁଣିଲେବି ମନତ କହୁଛି
ବୋଲନ୍ତାକି ଆଉଥରେ
ଯାଦୁ ଭରା ସେଇ ସଙ୍ଗିତ ମୂର୍ଚ୍ଛନା
ହୃଦକୁ ବିଗଳିତକରେ।
ଶୀତୁଆ ସକାଳେ ସଦ୍ୟଭିଜା କଳି
କହିଦିଏ ତାର ବେଦନା
ଶିହରି ଉଠେତା ସୁକୋମଳ ତନୁ
ଲଭି ସେ ପିରତି ଯାତନା ।
ଅଳସ ପଣରେ ସାଧବ ବୋହୂଟି
ନିଜକୁ ଦେଇଛି ଲୁଚେଇ
ଲାଲି ଟୁକୁଟୁକୁ ଓଢଣାଟି ତାର
ଯାଇଛି ଶୂନ୍ୟରେ ମିଳାଇ
ଯେତେ ଖୋଜିଲେବି ଦେଖାତା ମିଳୁନି
ଲାଜରେ ଅବା ଶଢୁଛି
ଶୀତତ ଆସିଛି ନହୁଲି ବୟସେ
ପାଦରେ ଘୁଙ୍ଗୁର ବାନ୍ଧୁଛି
ବନେ ଉପବନେ ପୁଷ୍ପର ସମ୍ଭାର
ଋତୁଏ ଆସିଛି ପ୍ରୀତିର
ଯେତେ କହିଲେବି କଥାତ ସରୁନି
ଶୀତଟି ଲାଗେ ଭାରି ନିଜର।