ସେ ମୋର ବନ୍ଧୁ
ସେ ମୋର ବନ୍ଧୁ
1 min
175
ମନକଥା ମୋର ବୁଝିନି ବୋଲିସେ
କହି ମୁଁ ପାରୁନି ଗୋଟିଏ ଥରେ
ଜୀବନ ନଈରେ ନାଆଟିଏ ସିଏ
ତା ପାଇଁକି ସବୁ କବିତା ମୋର I
ଜୀବନ ପଥର ପଥିକ ଟିଏ ମୁଁ
ସବୁ ବାଟ ମୋର ତା ପାଖେ ଶେଷ
ଚଲା ବାଟେ ତାର ଫୁଲ ଫୁଟୁଥାଉ
ମା ଠାକୁରାଣୀ ଦେଉ ଆଶିଷ I
ଦେବ ଦେବୀ କିଛି ମାନେନାହିଁ ବୋଲି
କେତେବାର ମୋତେ କହିଛି ସିଏ
ତାହେଲେ କାହିଁକି ଠାକୁରାଣୀ ଆଗେ
ହାତଯୋଡି ସିଏ ଆଶିଷ ନିଏ ?
ସୁଖରେ ତା ଝୁଲି ଭରିରହୁ ସଦା
ହସରେ ତା ମୁଖ ଚମକୁ ଥାଉ
ଦୁନିଆଁର ଯେତେ ସୁଖ ଓ ସମ୍ପଦ
ତା ଭଣ୍ଡାରୁ କେବେ ଉଣା ନହେଉ I
ତା ମନରେ ଯଦି ଦୁଃଖ କିଛି ଥାଏ
ହସି ହସି ସବୁ ନିଜର କରି
ଆଖି ଲୁହେ ମୋର ତିନ୍ତାଇ ଧରଣୀ
ତା ସୁଖ ଚିନ୍ତିବି ଜୀବନ ଭରି I