STORYMIRROR

Suresh chandra Padhy

Others

3  

Suresh chandra Padhy

Others

ସଦ ଗୁରୁ

ସଦ ଗୁରୁ

1 min
137

ଧନ ଲୋଡ଼ା ନାହିଁ ପ୍ରଭୁ ଜନ ଲୋଡ଼ା ନାହିଁ

ଦିଅ ମୋତେ ସଦ ଗୁରୁ ଆତ୍ମ ଜ୍ଞାନ ପାଇଁ


ଅଜ୍ଞାନ ଅନ୍ଧକାରେ ନିତି ଘୁରି ବୁଲେ

ଜ୍ଞାନାଲୋକରେ ଭିଜିବି ଗୁରୁ କୃପା ବଳେ


ମାନ ଲୋଡ଼ା ନାହିଁ ପ୍ରଭୁ ଯଶ ଲୋଡ଼ା ନାହିଁ

ଦିଅ ମୋତେ ସଦଗୁରୁ ଆତ୍ମଜ୍ଞାନ ପାଇଁ


ଗୁରୁ ମୋ ନାବିକ ମୁ ଏକ ନାବ

ପାରି କରିନେଲେ ତରି ଯିବି ଭବ


ପୂଣ୍ୟ ଜାଣେ ନାହିଁ ପ୍ରଭୁ ଧର୍ମ ଜାଣେ ନାହିଁ

ଦିଅ ମୋତେ ସଦଗୁରୁ ଆତ୍ମ ଜ୍ଞାନ ପାଇଁ


ମୋହ ମାୟାରେ ପଡି ସବୁ ତ ଭୁଲିଛି

ନିଜେ ନିଜକୁ କେବେ ଦିନେ ନ ବୁଝିଛି


ସୃଷ୍ଟି ଜାଣି ନାହିଁ ପ୍ରଭୁ ସ୍ରଷ୍ଟା ଜାଣି ନାହିଁ

ଦିଅ ମୋତେ ସଦଗୁରୁ ଆତ୍ମଜ୍ଞାନ ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍