STORYMIRROR

Hasyamayee Raj

Children Stories

4  

Hasyamayee Raj

Children Stories

ସବୁଠୁ ସୁନ୍ଦର

ସବୁଠୁ ସୁନ୍ଦର

1 min
300


ସବୁଠୁ ସୁନ୍ଦର ଥିଲା 

ପିଲାଦିନେ ସୁରୁଜଙ୍କ 

ପହିଲି କିରଣ

ଭିଜୁଥିଲି ହଜୁଥିଲି ତା ଛୁଆଁରେ 

ଭିଜୁଥିଲା ବିଲ ବୁଦା ବଣ

ନାହିଁ ଆଉ ସେଦିନ କି

ନାହିଁ ଆଉ ସେ ସୁନେଲି ଦିନ ।। 


ତା ଠାରୁ ସୁନ୍ଦର ଥିଲା

କାଦୁଅ ରାସ୍ତାରେ 

ବିତିଥିବା ଝିପିଝିପି ବର୍ଷାଦିନ

ପ୍ରଜାପତି ଧରିବା ନିଶାରେ

ଧାଉଁଥିବା ଅମାନିଆ ମନ 

ତା ସହ କଳା ଧଳା ବଉଦର 

ଲୁଚକାଳି ଖେଳ

ମା'ର କାନମୋଡା

ମିଠା ତା ଚାପୁଡ ।। 


ଆହୁରି ସୁନ୍ଦର ଥିଲା

ମୋ କୁନି ଆଖିରେ 

ଘାସ ଦେହେ କାକରର 

ଅପୂର୍ବ ମେଲଣ 

ଧୂଳିଉଡା ଗୋଧୂଳିରେ

ଶୀତର ମିଶାଣ 

ଆମ ଗାଁ ମଉଛୁକ 

ମକର ଚାଉଳ

ମା ହାତ ପୋଡ଼ପିଠା 

ଶୀତୁଆ ସକାଳ  

ବାଡି ଖରା ବଡି ଚୂରା  

ତା ସାଥେ ପଖାଳ

ଖଳା ଦେହେ

ଛିଟ ଛିଟ ଝୋଟିର ଆଞ୍ଚଳ ।।


କେତେ ଯେ ସୁନ୍ଦର ଥିଲା

ପତ୍ର ଝଡା ଚୈତ୍ରର 

ସେ ଝାଞ୍ଜି ପବନ 

ଖଣ୍ଡିଆ ଭୂତ ସହ 

କାଠି କୁଟା ଧୂଳିର ଉଡାଣ

ତୋଟା ମାଳ 

ବସନ୍ତ ବଉଳ 

ଶ୍ରାନ୍ତ କ୍ଲାନ୍ତ ନୀଡ ମୁହାଁ 

ଫେରନ୍ତା ପକ୍ଷୀ ଦଳ ଦଳ 

ଭାବନାରେ ଯାହା ଆଜି

ଭରୁଥାଏ ବଳ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍