STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Others

3  

ସୌମ୍ଯ ରଞ୍ଜନ ମହାପାତ୍ର

Others

ସବୁଜ ସୁନ୍ଦର ବୃକ୍ଷ

ସବୁଜ ସୁନ୍ଦର ବୃକ୍ଷ

1 min
231

ହୁଅଇ ଯେବେ ଖରା ଅତି ତପତ ହୁଏ ଧରା,

ଜୀବ ହଉ ଅବା ଜନ୍ତୁ ଲୋଡଇ ଗଛ ଆସରା।

ପାଦପ ଦିଅଇ ଛାଇ ଦେଇଥାଏ ପୁଣି ଜଳ,

ତରୁଠୁ ମିଳେ କାଷ୍ଠ ପ୍ରାପତ ହୁଏ ଫୁଲ ଫଳ ।।

ନିତି ପିଉଥାଏ ସିନା ସେ ଦୁନିଆର ଜହର,

ତା'ରି ଲାଗି ଜଗତ ଦିଶଇ ସବୁଜ ସୁନ୍ଦର ।

ଶ୍ଯାମଳ ସବୁଜିମା ଭରା ଦିଶୁଥାଏ ଧରଣୀ,

ସବୁଜ ଶାଢୀ ପିନ୍ଧି ଲାଗୁଥାଏରେ ମହାରାଣୀ ।।

ଗ୍ରୀଷମର ଟାଣ ଖରାକୁ ନିତି ସେ ସହୁଥାଏ,

ଶୀତଳ ଓ ମୃଦୁ ମଳୟ ଅନିଳ ଦେଉଥାଏ।

ସଦା ସରବଦା ବୃକ୍ଷ ଛାଡେ ଜଳୀୟବାଷ୍ପକୁ,

ବରଷାକାରେ ମେଘ ଖସି ଆସୁଥାଏ ତଳକୁ।।

ଭାରି ମନୋହର ଅନୁପମ ପ୍ରକୃତି ଆମ୍ଭର,

ଝଟକୁଥାଉ ଅପରୂପ ତା' ରୂପର ସମ୍ଭାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍