STORYMIRROR

Kalyani Nanda

Others

4  

Kalyani Nanda

Others

ସ୍ବର୍ଣ୍ଣ ପଞ୍ଜୁରୀ ର ବନ୍ଦୀ

ସ୍ବର୍ଣ୍ଣ ପଞ୍ଜୁରୀ ର ବନ୍ଦୀ

1 min
249


ଲୋଭ, ସ୍ବାର୍ଥ,ମୋହ ର ସୁବର୍ଣ୍ଣ ପଞ୍ଜୁରୀ ରେ,

ମନ ପକ୍ଷୀ ଧରା ଦେଇଛି ନିଜ ଇଚ୍ଛାରେ,

ଖୁବ୍ ଲୋଭ ତାର ସେ ପ୍ରାଚୁର୍ଯ୍ୟର ସୁନା ଶିକୁଳିରେ,

ଶିକୁଳିରେ ବନ୍ଧା ସେ ଯେ ଏକ ବନ୍ଦୀ, ନିଜ ଖୁସିରେ,

ଅପରାଧବୋଧର ନାହିଁ ତିଳେ ଶୋଚନା ତା ମନରେ,

ଖୁବ୍ ଆନନ୍ଦିତ ସେ କପଟ,ଛଳନାର ଅନ୍ଧକାରେ ବୁଡିଯିବାରେ,

 ଏବେ ସେ ବନ୍ଦୀ ନିଜ କୃତ କର୍ମର ଅନ୍ଧକୂପ ଭିତରେ,

 ଏବେ ସେ ଭୁଲିଛି ନିଜକୁ ନିଜ ଅହଂ ର ବିଶାଳ ସାମ୍ରାଜ୍ୟରେ ।


 ଆତ୍ମହରା ସେ ମନପକ୍ଷୀ ନିଜ ସୁଖର ପ୍ରାସାଦରେ,

 ଅନଭିଜ୍ଞ ସେ ତା ପତନର ବନ୍ଦୀଶାଳାର ଶେଷ ପରିଣାମରେ,

 ମନପକ୍ଷୀ ସେ ଲୋଭ,ହିଂସା ,ଦ୍ୱେଷ,ସ୍ୱାର୍ଥର ପରିଧୀରେ,

 ଯେବେ ଘୁରି ଘୁରି ସତ୍ୟର ମୁଖାମୁଖୀ ହେଲାବେଳେ,

 ମୁକ୍ତିର ଆଲୋକ ଖୋଜି ଛଟପଟ ହେବ ସେ ତା ବନ୍ଦୀ ଜୀବନରେ,

  ପାରିବ କି ଖୋଜି ମୁକ୍ତିର ପଥ?  

  ପାରିବ କି ମୁକ୍ତ କରି ନିଜକୁ ସେ ଅନ୍ଧକୂପରୁ?

  ତେବେ କାହିଁକି ଲାଳାୟିତ ସେ ସ୍ବର୍ଣ୍ଣ ପଞ୍ଜୁରୀ ର ବନ୍ଦୀ ଜୀବନରେ ???  


  


                                                 

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍