Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Others

5.0  

Tankadhar Majhi

Others

ସ୍ବପ୍ନରୁ ଶିକ୍ଷା

ସ୍ବପ୍ନରୁ ଶିକ୍ଷା

1 min
325


ସ୍ବପ୍ନକୁ ଧୂଳି ମାରି ଶୋଇଛି 

ନିର୍ଜୀବ ନିଦର ଖଟରେ 

ଆଖି କୋରଡରେ ଲୁଚି

ଦେଖିଛି ଅଭିଶପ୍ତ ସ୍ବପ୍ନ 

ଶୁଣିଛି ହୋହାଲ୍ଲା କ୍ରନ୍ଦନ 

କିଛି କ୍ଷଣ ଜଡ ପାଲଟିଯିବା ପରେ 

ପୁଣି ବିଳାସୀ ଶେଯରେ ନିଶ୍ବାସ ଫେରିଛି

ସହ୍ୟ କରିଛି ବିଫଳତା ବ୍ୟାଧିକୁ 

ଡରିଛି ମିଥ୍ୟା ପାଇଁ ଚାବୁକ ଦେଖି 

ଭଲ ହେବାର ଅଭିନୟ କରିଛି 

କିନ୍ତୁ ସେ ସ୍ବପ୍ନ ଚେତାଇ ଦେଇଛି ଯେ

ଭଲ ହେଲେ ଅଭିନୟର ଦରକାର ପଡେନା

ସେ ସତ କହିଛି ମଣିଷ ହେବା ପାଇଁ । 


Rate this content
Log in