ସ୍ବପ୍ନର ସମାଧି
ସ୍ବପ୍ନର ସମାଧି
1 min
193
ଅସୁମାରୀ ରଙ୍ଗୀନ୍ ସ୍ବପ୍ନ
କେବେ ଢେଉ ଭାଙ୍ଗୁଥିଲା ମନେ,
ଆଜି ସେଇ ସବୁ ସମାଧିସ୍ଥ
କେଉଁ ଏକ ଅଜଣା ବନେ।
ସ୍ବପ୍ନ ସେ ତ ନୁହଁଇ ଅପାର
ଛୋଟ ନିଶ୍ଚେ ଟିକି ଫୁଲଟିଏ,
ବିନା ଦୋଷେ ଦଣ୍ଡ ପାଏ ସେ ଯେ
ନିମିଷକେ ଛାରଖାର ହୁଏ।
କରେ କେତେ ଆତୁର ବିନୟ
ରଖିବାକୁ ନିଜ ଟିକି ପ୍ରାଣ,
ତଥାପି ସେ ନିଷ୍ଠୁର ସମୟ
ଜ୍ଞାତ ଥାଇ ରହେ ସେ ମଉନ।
ଭାବେ ପୁଣି ସେହି ଟିକି ସ୍ବପ୍ନ
ଯା'ର ଅତି ଥିଲି ମୁଁ ନିଜର,
ସ୍ମୃତି ହୋଇ ରହି ତ ପାରିବି
ଭାବିବ ସେ ମୋତେ ଆପଣାର।
ବିଡମ୍ବନା ଏ ଯେ ନିୟତି ର
ସ୍ବପ୍ନ ସହ ମରିଯାଏ ମନ,
ସ୍ମୃତି ହୋଇ ଲାଖି ରହିବାକୁ
ମନ ପାଖେ ନଥାଏ ତା' ପ୍ରାଣ।
ସମାଧି ର ଦୁଇ କଡେ ଭିଡ
କାହିଁ କେତେ ମଶା ମାଛିଙ୍କର,
ଅନାବନା ଘାସ ସବୁ ଉଠି
କୁହନ୍ତି ସେ ସ୍ବପ୍ନ ଟି ତାଙ୍କର।