ସ୍ବପ୍ନିଳ ବାସ୍ତବ ପୁଣି ବାସ୍ତବ ସ୍
ସ୍ବପ୍ନିଳ ବାସ୍ତବ ପୁଣି ବାସ୍ତବ ସ୍
ସ୍ବପ୍ନିଳ ବାସ୍ତବ ପୁଣି ବାସ୍ତବ ସ୍ବପ୍ନ
କେତେ ସ୍ବପ୍ନ ବୁଣି ଯେ ଜୀବନ ଚଳଇ…
ଅବିରତେ ନାଚି ସମୟ ସହିତ…
କେତେ ସ୍ବପ୍ନ ପୁଣି ନଷ୍ଟ ହୋଇଯାଏ…
କଷ୍ଟ ସେତେବେଳେ ହୁଏ ବହୁତ…
ସ୍ଵପ୍ନ ଦେଖେ ଯେବେ ଛୋଟ ପିଲାଟିଏ…
ହାତ ବଢ଼େଇ ସେ ଧରିବ କି ଜହ୍ନ…
ଦେଖେ ଯେବେ ଜହ୍ନ ପହଞ୍ଚରେ ନାହିଁ…
ଭାଙ୍ଗିଯାଏ ତାର କୋମଳ ମନ…
ପାଠ ପଢି ଯେବେ ସ୍ବପ୍ନ କେ ଦେଖଇ…
ବଡ ହୋଇ କରିବ ରୋଜଗାର…
ଚାକିରୀ ସତରେ ତାଳଗଛ ଛାଇ…
ସ୍ଵପ୍ନ ହୋଇଯାଏ ତାର ସାତପର…
ସ୍ଵପ୍ନ ଦେଖେ ଯୁବ ମନ ପାଇବାକୁ…
ଅପସରୀ ଅବା ରାଜଜେମା…
ଅଭିଆଡି ମନ ସପନ ସଜାଏ…
ରାଜା ପାଇବ ଅତି ଆପଣା…
ମିଳେନା ପ୍ରାୟତଃ ଚାହିଁବା ଦରବ…
ସ୍ଵପ୍ନ ଭାଙ୍ଗିଯାଏ ଅକାରଣେ…
ଛଟପଟ ହୁଏ ପ୍ରାଣ ପକ୍ଷୀ ଯେବେ…
ସତ ଆସି ହିଁ ଯାଏ ସମ୍ମୁଖ ରଣେ…
ବେଳେବେଳେ ସାରା ଜୀବନଟା ଲଢି…
ଚମ ଲୋଳିଗଲେ କାଳେ ବୁଢାବେଳେ…
ସ୍ଵପ୍ନ ଛାଡେ ନାହିଁ ସେତେବେଳେ ମଧ୍ୟ…
ଆସି ବସିଯାଏ ଆଖିର ଡୋଳେ…
ହୁଏ କି ସତରେ ସତ ଯେ ସପନ…
ମିଳେ କି ଯାହା ପାଇଁ ମନ ବ୍ୟାକୁଳ…
ବାସ୍ତବତା ସତେ କେଡ଼େ ନିରିଦୟ…
ସ୍ବପ୍ନକୁ ଧ୍ଵଂସ କରିଦିଏ ସେ ଚିରକାଳ…
ତଥାପି ମନଟା ଜମାରୁ ବୁଝେନା…
କିଛି ନା କିଛି ଦେଖୁଥାଏ ସେ ସ୍ବପ୍ନ…
କେବେ ଶୋଇରହି କେବେ ଆଖିଖୋଲି…
ଦେଖେ ଭବିଷ୍ୟତ କୋଳରେ ରତ୍ନ…