ସ୍ବପ୍ନ
ସ୍ବପ୍ନ
ଦିବା ସପ୍ନ ..ଖୋଲା ଚକ୍ଷୁ..
ଖୋଲି ହୃଦୟ, ମନ ମନ୍ଦିର ର ମାୟା ନଗରୀରେ
ବୁଣେ ମରୀଚିକା ର ସ୍ବପ୍ନ ରେଣୁ
ପାହାଚ... ପରେ.. ପାହାଚ.ଚାଲେ ଆଗେଇ
ପ୍ରସ୍ପୁଟିତ ହୋଇ ସ୍ବପ୍ନରେଣୁ ହୁଏ କୁସୁମ
ସ୍ଵ..ନେଇ ଭ୍ରମର ମନ, ସ୍ପର୍ଶ ର ଅଭିଳାଷେ
ହୁଏ ନିକଟତର,ମରୀଚିକା ସେତ ମାୟାଜାଲ ବୁଣେ
ଭ୍ରମର ....ହୁଏ, ଆକର୍ଷିତ ବାହ୍ୟ ରୂପ ଲବଣ୍ୟ ଦେଖି
ବିଷାକ୍ତ ଷୋଡ଼ଶୀ କୁସୁମ..ସେ ତ ମନ ମୋହୁଥାଇ..
ମଧୁ ର ମଦିରା ପାନ ଲାଳସେ...ସମର୍ପି ଚାଲିଥାଏ..
ପ୍ରସାରିତ ପାଖୁଡା...ରେ ବଶୀଭୂତ ହୋଇ ସାରିଥାଏ
ନିଷ୍ଠୁରତା ପଣିଆ ..... ସାମର୍ଥ୍ୟ ନେଇ...
ଖୋଲା ଚକ୍ଷୁ... ରେ...ସପନ ସଜାଇ...
ସପ୍ତ ରଙ୍ଗର ଡେଣ। ମେଲାଇ ହୁଏ ଅଗ୍ରସର
ଅପୂର୍ବା ରୂପେଶୀ ....ବିଷକନ୍ୟା ସେ ତ
ସ୍ୱୟଂ ର ଆତ୍ମଦାହ ପୂର୍ବରୁ ତା' ପତନ କରିସାରିଥାଏ......।।
ସ୍ନିଗ୍ଧା ନାୟକ, କୋଟା, ରାଜସ୍ଥାନ