*ସ୍ବପ୍ନ*
*ସ୍ବପ୍ନ*
ବାୟା ଚଢେଇ ପରି..
ହ୍ରୁଦୟ ଭିତର ର ଇଚ୍ଛା ଗୁଡିକ ବସା ବାନ୍ଧନ୍ତି..
ଦୁଇ ନିଦୁଆ ଆଖି ପତା ର ଆବରଣ ଭିତରେ..
ପରସ୍ତ ପରସ୍ତ ସ୍ବପ୍ନ ର ରୁପ ନେଇ.. ା
ସ୍ବପ୍ନ ତ ସ୍ବପ୍ନ..
ସେ ଜାଣେନା ବାସ୍ତବ ଆଉ ଅବାସ୍ତବ ର ମୂଲ୍ୟାୟନ..
ଜାଣେନା ପାପ - ପୂଣ୍ୟ ର ମିଶାଣ କଟାଣ
ଉଡିବୁଲେ ପ୍ରଜାପତି ଟେ ପରି ନିଜର ରଙ୍ଗୀନ ବଗିଚା ରେ...ା
ହଁ..ସେଦିନ ମୁଁ ବି ତ ଦେଖୁଥିଲି ସ୍ବପ୍ନ..
ତ୍ରିରଙ୍ଗା ପତାକା କରେ ମୋ ଭାରତ ମାତା ଙ୍କୁ..
ବିଭାବସୁ କରେ ବିଭାସିନୀ ମାଆ ମୋର..
କି ଅପୂର୍ବ ତାର ବାତ୍ସଲ୍ୟ ର କାନ୍ତି..
ମେଘ ଲେଖେ ଲକ୍ଷ୍ମୀ ପାଦ ଝୋଟି ଆକାଶ ଦେହ ରେ..
ଲକ୍ଷ୍ମୀ ଦେବୀ ଧୀରେ ଧୀରେ ପାଦ ଥାପନ୍ତି କ୍ରୁଷକ ର ସୁନା ର କ୍ଷେତ ରେ ା
ଯେଉଁଠି ଏ ଦେଶ ର ଅନ୍ନଦାତା ଗାଉଥାଏ..
ଜୀବନର ମଧୁର ସଙ୍ଗୀତ ହର୍ଷିତ ପ୍ରାଣ ରେ..ା
ଦେଖୁଥିଲି ମୁଁ ରାମରାଜ୍ୟ ର ପ୍ରତିଛବି...
ମୋ ଜନ୍ମଭୂମି ର ପ୍ରତିଟି କୋଣ ରେ ା
ଯେଉଁଠି ନାରୀ ଓ ପୁରୁଷ ଭିତରେ ଭେଦ ଭାବ ନାହିଁ..
ହିଂସା ନାହିଁ, ଇର୍ଷା ନାହିଁ, ଭ୍ରଷ୍ଟାଚାର ନାହିଁ..
ନାହିଁ ମଧ୍ୟ ଆତଙ୍କ ବାଦ ର କରାଳ ଛାଇ..
ଚାରିଆଡେ କେବଳ ଶାନ୍ତି ଆଉ ସତ୍ୟ ର ଜୟ ଗାନ ା
ପରପାରି ରୁ ଶହିଦ ମାନଙ୍କର ପୂଣ୍ୟ ଆତ୍ମା ସନ୍ତୁଷ୍ଟ ହୁଏ..
ଦେଖି ତାଙ୍କ ସ୍ବପ୍ନ ର ଭାରତ ବର୍ଷ କୁ ପ୍ରାଣ ବନ୍ତ ରୂପେ.. ା
**** **********.. *****
ହଠାତ୍ ମୋର ନିଦ ଭାଙ୍ଗେ ଗୁଳି ର ଶବ୍ଦ ରେ...
ଚମକି ଉଠି ଦେଖେ ମୁହିଁ..
ସ୍ବାମୀ ମୋର ଖୋଲିଛନ୍ତି T.V...
ପର୍ଦ୍ଦା ରେ ଆତଙ୍କ ବାଦୀ ଙ୍କ ଗୁଳି ଚୋଟ ରେ..
ମୋ ରକ୍ତାକ୍ତ ଭାରତ ା
ବିଶ୍ବାସ କରି ପାରିଲିନି ବାସ୍ତବତା ର ନିଷ୍ଠୁର ସତ୍ୟ କୁ...
ଏଇଠି ଯେ ପ୍ରତି ମୁହୂର୍ତ୍ତ ରେ..
ଆହତ ହୁଏ ଦେଶପ୍ରେମ ହିଂସା ର ଭୁଜାଲି ରେ ା
ଧର୍ଷିତା ସତ୍ୟ ଛଟ୍ ପଟ୍ ହୁଏ ମିଥ୍ୟା ର ଅନ୍ଧାରି ଇଲାକାରେ.. ା
ଭୂ- ପତିତ ହୁଏ ଶାନ୍ତି ର ଅର୍ଦ୍ଧ ମ୍ରୁତ କ୍ଷତାକ୍ତ ଶରୀର..ା
ବେସିନ୍ ର ଟ୍ୟାପ୍ ରୁ ବିନ୍ଦୁ ବିନ୍ଦୁ ଜଳ ଝରିବା ପରି..
ଧୀରେ ଧୀରେ ମୋ ସ୍ବପ୍ନ ସବୁ ଝରି ପଡନ୍ତି..
ମୋ ଆଖିକୋଣ ରୁ ଲୁହ ର ନଈ ଟିଏ ହୋଇ..
କୁଳୁ କୁଳୁ ନୂହେଁ..
କଇଁ କଇଁ ହୋଇ କହେ ସେ ଯନ୍ତ୍ରଣା ଶବ୍ଦ ରେ...
ତୁ ସ୍ବପ୍ନ ଦେଖନା..
ସ୍ବପ୍ନ ଦେଖନା ରେ ପାଗଳୀ କବୀ..
ଏ ହ୍ରୁଦୟ ହୀନ ଦୁନିଆଁ ରେ..
ସ୍ବପ୍ନ ଦେଖିବା ବି ମନା..
ସ୍ବପ୍ନ ଦେଖିବା ବି ମନା.. ା
*******************
ଆହ୍ଲାଦିନୀ ପାଣିଗ୍ରାହୀ ଦାଶ
********************