STORYMIRROR

Saroj Satpathy

Others

3  

Saroj Satpathy

Others

ସ୍ବପ୍ନ ନା ସତ୍ୟ

ସ୍ବପ୍ନ ନା ସତ୍ୟ

1 min
289

ଭାଗ -୧


କାଲି ରାତି ପାହାନ୍ତି ସ୍ବପ୍ନରେ

ସୃଷ୍ଟି କର୍ତ୍ତା ବ୍ରହ୍ମା ମୋତେ

ପଚାରିଲେ ଅତ୍ୟନ୍ତ କ୍ରୋଧରେ

କହିଲେ ....ହେ ନରାଧମ

ଶ୍ରେଷ୍ଠ ଜୀବ ଭାବେ ତୋତେ

ଗଢିବାଟା ଥିଲା ମୋର ଅନୁଚିତ କାମ


ସର୍ବଭୁକ୍ ପ୍ରାଣୀ ଭାବେ ତୋତେ

ଆଣିଥିଲି ଦୁନିଆକୁ 

ରହିବୁ ତୁ ସର୍ବାଗ୍ରେ ଜଗତେ

ମାତ୍ର ତୋର ଦୁଷ୍ଟ ବୁଦ୍ଧି ପାଇଁ

ସକଳ ପ୍ରାଣୀ ଜଗତ 

ସନ୍ତାପିତ ତୋ କୁକର୍ମ ପାଇଁ


ଏ ସବୁରେ ଦେବାକୁ ବିରାମ

ଶିବଙ୍କୁ ଆଦେଶି ଥିଲି

ରୋକିବାକୁ ପ୍ରାଣୀଙ୍କ ନିଧନ

ଇବୋଲା,ସ୍ବାଇନ ଫ୍ଲୁ ଭୂତାଣୁ ପ୍ରସାରି

ଦେଇଥିଲି ସମାଚାର

କାଳେ ନେବୁ ସଂଯମ ଆଚରି !


ଖାଦ୍ୟ ଶୃଙ୍ଖଳରେ ଯେଣୁ ଥିଲୁ ତୁ ସର୍ବାଗ୍ରେ

ଶିଶୁ,କଢି,ଜୀବନ୍ତକୁ

ଗଲୁ ଖାଇ ବିନା ସଙ୍କୋଚରେ

ନ ମାନିଲୁ ସୃଷ୍ଟିର ନିୟମ

ପରିଣାମ ଭୋଗିବୁ ତୁ

ଶୁଣି ରଖ ମୁଢ ନରାଧମ


ସକଳ ଜୀବଜନ୍ତୁଙ୍କୁ କରିଛୁ ଆହାର

ବାକି ଆଉ ନାହିଁ କିଛି

କରିବାକୁ ତୁମ ଉପଚାର

ବ୍ରହ୍ମାସ୍ତ୍ର ପ୍ରୟୋଗ କଲି କରୋନା ରୂପରେ

ଜୀବଜନ୍ତୁ ଠାରୁ ସୃଷ୍ଟି

ପୂର୍ଣ୍ଣ ଅଧିକାର ତାଙ୍କ ମନୁଷ୍ୟ ଉପରେ


ଯେଣୁ ତୁମେ ଭାଙ୍ଗି ଅଛ ଖାଦ୍ୟ ଶୃଙ୍ଖଳକୁ

କରୋନାର ଅଧିକାର

ତୁମ ଠାରୁ ଆଗେ ରହିବାକୁ

ସମଗ୍ର ମାନବ ଶରୀରେ କରିବେ ବିସ୍ତାର

ଧ୍ବଂସ ହେବ ଏ ଜଗତ

ନାହିଁ ଏହି ରୋଗରୁ ନିସ୍ତାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍