ସ୍ବଳ୍ପ
ସ୍ବଳ୍ପ
1 min
11.5K
ଛୋଟ ଛୋଟ ବୀଜ ହିଁ
ବିଶାଳ ବୃକ୍ଷ ମାନଙ୍କର ଜନନୀ।
ଅଳ୍ପ କେତେ ଗୋଟି କୁଟା କାଠିକୁ
ବିହଙ୍ଗଟିଏ ଚଞ୍ଚୁରେ ଧରି ବସା ବାନ୍ଧେ।
ବୁନ୍ଦା ବୁନ୍ଦା ଜଳରାଶିର ସମାହାର ହିଁ
ପୋଖରୀ, ନଦୀ, ସମୁଦ୍ର ବୋଲାଏ।
ଢୋକେ ପାଣି ବି ତୁଷାର୍ତ୍ତକୁ ଜୀବନ ଦିଏ
ଟୋପେ ଜଳ ପାଇଁ ହିଁ ଚାତକ ନଭକୁ
ନିର୍ଲିପ୍ତ ରୂପେ ଚାହିଁ ରହିଥାଏ।
ସ୍ବଳ୍ପ ହିଁ ମହାନର ସମ୍ଭାବନା
ସର୍ବଦା ସୃଷ୍ଟି କରିଚାଲେ।