ସବିତା'ର ଜନ୍ମୋତ୍ସବ
ସବିତା'ର ଜନ୍ମୋତ୍ସବ


ଆଷାଢ଼ ଶୁକ୍ଳର ଶୁଭ ଅବସର
ସବିତା' ର ଜନ୍ମଦିନ ,
ସମୃଦ୍ଧି ପରବ ଅଶେଷ ବିଭବ
ଅସୁମାରି ଆଶା ସ୍ଵପ୍ନ ! !
ଶୁଭ ଆଶିର୍ବାଦ କରୁଛି ଜ୍ଞାପନ
ସୁ-ସବିତା କୁଳବଧୂ ,
ଚଲାପଥ ତବ ହେଉ କୁସୁମିତ
କୁଶଳରେ ଦିନ ବିତୁ ! !
ସୁନାର ଘରଣୀ ମାମାସୁନା ରାଣୀ
ରାଜେନ୍ଦ୍ର'ର ଅର୍ଦ୍ଧାଙ୍ଗିନୀ ,
ଦୁଃଖର ସୁଖର ନିରିମାଖି ଫୁଲ
ମାତୃ ଜାୟା ଭାର୍ଯ୍ୟା ଭଗ୍ନୀ ! !
ଶୁଭଲଗନରେ ଜନ୍ମିଛ ସରାଗେ
ମହାରଜ ପର୍ବ ତିଥି ,
ବନ୍ଧୁ ପରିଜନ ପାଳହେ' ଦିବସ
ସବିତା' ତ ଆମ ସାଥୀ ॥
ପୁତ୍ର ସ୍ଵାମୀ ସ୍ନେଁହି ସବିତା ଘରଣୀ
ସୁକଲ୍ଯାଣୀ ସୁନା ମାତ ,
କନିଷ୍ଠ ଶୁଭମ ମନୋଜ'ତ ଜ୍ୟେଷ୍ଠ
ଆଖିର ସପନ ମିତ ! !
ଭାତୃ ଭଗ୍ନୀ ପ୍ରେମୀ ସବିତା ସୁପତ୍ନୀ
ଅମୂଲ୍ୟ ତା' ସ୍ନେହଁ ପ୍ରେମ ,
ସାନ ଭଉଣୀର&n
bsp;ଅତି ପ୍ରିୟତମ
ନଦେଖିଲେ ହୁଏ ଭ୍ରମ ! !
ଶୁଭ ଜନ୍ମୋତ୍ସବ ହେଉ ଶୁଭମୟ
ଆକାଶରୁ ଝରୁ ପୁଷ୍ପ ,
ଜଗତର ନାଥ କର ଆଶିର୍ବାଦ
ଝରିଯାଉ ସୁନା ହସ ! !
ରାଜେନ୍ଦ୍ର ଉଆସ ସ୍ଵର୍ଣ୍ଣିମ ଆବାସ
କରୁଣାରେ ଭିଜି ଯାଉ ,
ମନୋଜ ଶୁଭମ କଲ୍ୟାଣ ଶାବକ
ମୁଖେ ହସ ଫୁଟୁ ଥାଉ ! !
ସଂଘର୍ଷର ସାଥୀ ସବିତା ସୁପତ୍ନୀ
ଫେରି ଆସୁ ସୁଖ ଦିନ ,
ହସରେ ଖୁସିରେ ସ୍ଵାମୀ ରହୁ ପାଶେ
ସର୍ବ ସୁଖ ହେଉ ପ୍ରାପ୍ତ ॥
ମହାନ୍ତି କୁଳର କୁଳବଧୂ ମିତ
ସବିତା' ତ ସର୍ବସଂହା ,
କେତେ ଦୁଃଖ କଷ୍ଟ ସହିଛି ଏ' ପତ୍ନୀ
କେହି କହି ନାହିଁ ଆହା ॥
ଆହେ ଶିବଶମ୍ଭୁ ସୁଖ ବର୍ଷା ହେଉ
କୁଳବଧୂ ହସୁଥାଉ ,
କୁଳର ଗାରିମା ସୁକଲ୍ୟାଣୀ ମାମା
ଜନ୍ମଦିନ ପାଳୁ ଥାଉ ! !