ସୈନିକ
ସୈନିକ
ସୀମାନ୍ତରେ କେତେ ଦୁଃଖସହି ସତେ
ଜଗି ଅଛ ନିଜ ସ୍ବାର୍ଥ ଉଜେଇଁ
ହେ! ବୀର ସୈନିକ ତୁମେତ ନିର୍ଭୀକ
ଜୀବକୁ ଦିଅ ବାଜି ଲଗେଇ।
ଲୋଭ ରକ୍ତବୀର୍ଯ୍ଯ ମାପେ ତୁମ ଧୈର୍ଯ୍ଯ
ମାଟି ମାଆ ଦିଏ ସାହାସ ଭରି
ବିଜୟ ସ୍ବପ୍ନର ଉଦୟ ଆଶାର
ତୁମେ କାମନାର କାନନକଳି।
ବସିଥିବ ମାଆ ବାଟଚାହିଁ ଆହା
ପତ୍ନୀ ଗଣୁଥିବ ଫେରିବାଦିନ
ମନକଥାମନେ ମାରି ନିତିଦିନେ
ତ୍ଯାଗରେ ସପର୍ପିଅଛ ଜୀବନ।
ଲେଉଟି ଯିବାରେ ଆତ୍ମା ହାତଠାରେ
କିନ୍ତୁ କର୍ତ୍ତବ୍ଯ ତ ରାଣ ପକାଏ
ଦୃଢ ମନୋବଳେ ଲଢ ଅବହେଳେ
ବିଶ୍ବାସେ ବିବେକ ସୂଚନା ଦିଏ।
ହେ! ସ୍ବାର୍ଥ ରାକ୍ଷସ କରିଦେଲ ନାଶ
ମଣିଷ ପଣିଆ ମହତ ଗୁଣ
କେଉଁ ସମୟକୁ ବାନ୍ଧି ଧରିବାକୁ
ଅକ୍ଲେଶେ ନେଉଛ କେତେ ଜୀବନ।
ବନ୍ଧୁକ ମୁନରେ ନେଇଯିବ ଥରେ
ମରଦେହ ଟାକୁ ନିଷ୍ଠୁର ହୋଇ
ଅମର ଯବାନ କିରତି ମହାନ
ପାରିବକି ତାକୁ କେବେକି ଛୁଇଁ।
ଦାଶରଥି ସାହୁ
କଳମ୍ବ/ଗଞ୍ଜାମ
