ସାଥୀ
ସାଥୀ
କିଛି ବନ୍ଧୁଙ୍କ ଅନୁରୋଧ କ୍ରମେ..... ପୁଣି ଥରେ "ସାଥୀ" ର ଲେଖା ଆରମ୍ଭ କଲି। ଆଶା କରେ ମନକୁ ଛୁଇଁ ପାରିବ... ନହେଲେ କ୍ଷମା କରିବେ।
ସାଥୀ_ ୧୩.....
ଦେଖିଯାଅ ସାଥୀ କେମିତି ଏ ରାତି
ବଢ଼ି ବଢ଼ି ଯାଏ ପୁଣି,
ଭାବୁଛି ବିତିବ ସୂରୁଜ ହସିବ
ବଢୁଛି ସ୍ମୃତି ଉଜାଣି ।
ନୂଆ ସମ୍ଭାବନା ଆଶା ଅନାବନା
ଆସେ ଏ ଅବୁଝା ମନେ,
କ୍ଷୀଣ ତଇଳରେ ପ୍ରୀତି ମହାଦୀପ
ଜାଳୁଛି ତମସା ବନେ।
ସାଥୀ ସାଥେ ସାତ, ଜନମ ର ମିତ
ଅଣ୍ଟିବନି କହେ କାନେ,
ବୁଝିପାରୁ ନାହିଁ ଜାଣିପାରୁ ନାହିଁ
ସଞ୍ଚାରେ ସପନ ମନେ।
ସପନ ବଣିକ ପ୍ରେମ ତା ଅଳିକ
ଯିବ ଫେରି ନିଜ ପଥେ,
ସୌଦାଗର ଏକା ସାରି କିଣା ବିକା
ବାହୁଡ଼ିବ ଅତିକ୍ରାନ୍ତେ।
ଝରା ଶେଫାଳି ଲୋ ଝର ଝର ଝରି
ଝରି ଯିବୁ ଅକାଳରେ,
ତୋ ଭାଗ୍ୟେରେ ନାହିଁ ମନ୍ଦିର କି ଦିଅଁ
ପୂଜା ପାଇବୁ ମଥାରେ।
ବଣମଲ୍ଲୀ ସମ ଶସ୍ତା ତୋର ପ୍ରେମ
ବାସୁଥା ଲୋ କାନନରେ,
ଗ୍ରାମ ସହରର ସପନ ଦେଖୁଛୁ
ଲାଜ ନାହିଁ ତୋ ମୁହଁରେ।
