STORYMIRROR

Bunee Tripathy

Others

3  

Bunee Tripathy

Others

ସାନର ମହତ

ସାନର ମହତ

1 min
210

ଛୋଟ କଳି ଦିନେ ଫୁଟିବତ ଫୁଲ

  ଏକକ ଆରେକ ହୋଇ

ଛୋଟ ଝରଣାଟି ହୋଇବତ ନଈ

   ସଭିଙ୍କୁ ଜଣାତ ଭାଇ।


କ୍ଷୁଦ୍ର ନିଆଁ ଝୁଲ ନାସିବ ସଂସାର

   ବିରାଟ ଆକାର ଧରି

କ୍ଷୁଦ୍ର ରୁ ବୃହତ୍ତ ସଂସାର ନିୟମ

   ଗଢିଛନ୍ତି ପରା ହରି।


ଝିମିଟି ଖେଳରୁ ମହାଭାରତର

  ସୃଷ୍ଟି ହେଲା କୁରୁକ୍ଷେତ୍ର

ସାମାନ୍ୟ ଯେ ଦିନେ ଅସାମନ୍ଯ ହୁଏ

   ବ୍ଯାପିତ ପରା ସର୍ବତ୍ର।


ବିନ୍ଦୁ ବିନ୍ଦୁ ଜଳେ ମହାସାଗରର

  ସୃଷ୍ଟିତ କରିଛି ବିହି

ଛୋଟ ବୋଲି କେତେ ହେୟ ନ ମଣିବା

   ପୂର୍ବଜ ଅଛନ୍ତି କହି।


ଛୋଟ ସର୍ପ ବୋଲି ଛାଡିଦେଲେ ଥରେ

  ହୋଇଯିବ ଭୟଙ୍କର

ସହିପାରିବନି ତାହାର ପ୍ରକୋପ

  ନେବ ପ୍ରାଣତ ତୁମର।


ପ୍ରତିପଦା ଠାରୁ କ୍ରମଶ ବଢଇ

  ପୂର୍ଣ୍ଣମୀ ରେ ପୂର୍ଣ୍ଣଚନ୍ଦ୍ର

ପୂର୍ଣ୍ଣ ଇନ୍ଦୁ ପ୍ରଭା ଶୀତଳ ଚନ୍ଦନ

  ବିଚ୍ଛୁରିତ କଲା ଚନ୍ଦ୍ର।


ଲୋଡାନାହିଁ ବଡ ହେବାର ସେ ଇଚ୍ଛା

  କରିଥାଅ ମୋତେ ସାନ

ତୁମରି ସୃଷ୍ଟିରେ ରଚିଲ ହେ ପ୍ରଭୁ

   ଦେଲ ପରା ଜୀବଦାନ।


ଦୁବଘାସଟିଏ କରିଦିଏ ମୋତେ

   ଲୋଡାନାହିଁ ବରଗଛ

କ୍ଷୁଦ୍ର ହୋଇ ମୁହିଁ ବଞ୍ଚିବାକୁ ଚାହେଁ

   ବଡପଦ ମୋର ତୁଚ୍ଛ।


ସାନ ହେଲେ କେବେ ହୀନ ଭାବନାହିଁ

  ମନକୁ କରଇ ଦୃଢ

ସାନର ମହତ ବୁଝି ଯେ ପାରିଛି

  ସିଏ ହିଁ ହୁଅଇ ବଡ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍