STORYMIRROR

Jyotiranjan Acharya

Others

4  

Jyotiranjan Acharya

Others

ସାଙ୍ଗ ସେ ଦିନର ସ୍ମୃତି ସବୁ ଦିନର

ସାଙ୍ଗ ସେ ଦିନର ସ୍ମୃତି ସବୁ ଦିନର

1 min
641


ଗଲା କୁଆଡେ ସେ ଦିନ

ସାଙ୍ଗ ସାଥି ମେଳେ ଦିନ କଟୁଥିଲା

ଏବେ ନିଃସଙ୍ଗ ଜୀବନ।


ଥାଉ ପଛେ ପେଟେ ଭୋକ

ସାଙ୍ଗ ଥିଲେ ଧରା ଲାଗଇ ସରଗ

ମନେପଡେ ନାହିଁ ଦୁଃଖ।


ନଈ କୂଳେ ସଞ୍ଜ ବେଳ

ମଉଜ ମସ୍ତି ଓ ଭୋଜିଭାତ ଖିଆ

ଦରସିଝା ମାଂସ ଝୋଳ।


ନାଚ ପାଲା ଦାସକାଠି

ଆମେ ସାଙ୍ଗ ସାଥି ଉଣ୍ଡି ବୁଲୁଥାଉ

ସୁନ୍ଦରୀ ଝିଅ କେଉଁଠି।


କୁଆଁର ପୁନେଇ ରାତି

ଜଳଜଳା ହାଣ୍ଡି ମୁଣ୍ଡରେ ଉଗାଡି

ପାଳଭୁତ ହେଉଥାନ୍ତି।


ଗଛରେ ଫଳେ ନଡ଼ିଆ

ମନେ ଭାବୁଥାଉ ଛିଣ୍ଡାଇ ଖାଇବୁ

ତାହାକୁ ରାତି ଅଧିଆ।


ଫଗୁଣେ ଗାଆଁ ମେଳଣ

ଖାଲି ପକେଟରେ ଯାତରା ବୁଲିବା

ତୁଛା ଝିଅଙ୍କ କାରଣ।


ହେଉ ପଛେ ଯେତେ ଦୂର

ଗୋଟେ ସାଇକଲ ତିବଲ ଚାଲିବା

ମାରି ଡବଲ ପେଡାଲ।


କାହିଁ ଗଲା ଦିନ ସବୁ

ସେ ଦିନ ଗରିବ ଆଜି ଅଛି ସର୍ବ

ତଥାପି ସେ ବେଳ ଭାବୁ।


ଜୀବନର ଅପରାହ୍ନ

ସ୍ମୃତିପଟେ ସଦା ଅଲିଭା ରହିବ

ସୁନେଲି ସକାଳ ଚିହ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍