STORYMIRROR

Arun Kumar Mohanty

Others

4  

Arun Kumar Mohanty

Others

ସାକ୍ଷାତ ଇଶ୍ଵର

ସାକ୍ଷାତ ଇଶ୍ଵର

1 min
171

ଭୂଲି ଯିବା ପଛେ    ସବୁ କଥା ଆମେ

   ମା ବାପାଙ୍କୁ ଭୂଲିବା ନାହିଁ

ନାହିଁ କେ ଜଗତେ    ଏଡ଼େ ଧନୀ ସତେ

   ତାଙ୍କ ଋଣ ସୁଝିବା ପାଇଁ......!୧!


ଶିଖାଇଛି ଯାହା     ପିଲାଦିନେ ମାଆ

     ପାଶୋରି ନ ଯିବ ମନୁ

ସେ ସଂସ୍କାର ଶିକ୍ଷା   ସେନେହ ମମତା

      ବଢୁ ଥିବ ଦିନ ଦିନୁ....!୨!


ନିଜ ବକ୍ଷ ଚିରି      ଅମୃତ ପିଲାଇ

     କରିଲା ଆମକୁ ବଡ଼

ସେ ଅମୃତମୟୀ    ମାଆ ପାଇଁ କେବେ

    ଆଣିବାନି ମନେ ଝଡ.....!୩!


କେତେ ଦୁଃଖ କଷ୍ଟ     ସହି ସିଏ ତୁମ

      ସବୁ ଜିଦି ପୂରା କଲା

ସେ ପିତା ଆଶାକୁ     ପୂରା କରି ବାକୁ

      ଭୂଲି ବାନି ଆମେ ଜମା....!୪!


ପଢ଼ି ନାହିଁ ଯିଏ     ମାଆର ମୁଖକୁ

    ସେ କି ବୁଝେ ମାଆ ଦୁଃଖ

ସେତ ମହାପାପୀ    ସୁଖରେ ଦୁଃଖରେ

    ଦେଖେ ନାହିଁ ମାଆ ମୁଖ......!୫!


ଦୋୖଲତ ରେ ସବୁ    କିଣି ପାର ତୁମେ

    ମା ବାପା ମିଳିବେ ନାହିଁ

ସେ ସୁଧା ଚରଣେ    ସମ୍ମାନ ଦେବାକୁ

     କୁଣ୍ଠାବୋଧ କର ନାହିଁ......!୬!


ବଡ଼ ହେଲେ ତୁମେ    ହୁଏକି ସେ କେବେ

        ତୁମଠୁ ଅଧିକ ସାନ..?

ବଢ଼ି ଗଲେ ତୁମ      ସମ୍ମାନ କି ଯଶ

        କମି ଯାଏ କି ତା ମାନ..??!୭!


ତାହାରି ସନ୍ତାନ    ହୋଇ ତୁମେ ଆଜି

     ଭୁଲିଗଲ ପଛ ସ୍ମୃତି

ଗଛ ଯେତେ ବଡ଼   ଫଳ ତା ତଳକୁ

     ନୁହେଁ କେବେ ଉର୍ଦ୍ଧ୍ୱ ଗତି....!୮!


ଏତିକି ବୀନତି    ରଖିବ ମୋ ସାଥୀ

    କର ମାତୃ ପିତୃ ସେବା

ଗୃହ ମନ୍ଦିରରେ    ସାକ୍ଷାତ ଇଶ୍ୱର

    କରିବ ଆଦରେ ପୂଜା.....!୯!


               


Rate this content
Log in