STORYMIRROR

ZYOTSNA PATRAW

Others

3  

ZYOTSNA PATRAW

Others

ସାଇଁ ହେ ତୁମର ଅପାର କୃପାରେ

ସାଇଁ ହେ ତୁମର ଅପାର କୃପାରେ

1 min
114

କି ପାପ ସାଇଁ ହେ କରିଥିଲି ମୁହିଁ

ହାତ ଗୋଡ ଭାଙ୍ଗି ଦେଲ

ତୁମରି ଦୁଆରେ ଠିଆ ହୋଇ ରହି

ଦେଉଥିଲି କେତେ ଫୁଲ।


ପ୍ରତି ଖରାବେଳେ ତୁମରି ଦୁଆରେ

ବାଟୋଇର ଥିଲି ସାହା

ରାତି ଆଉ ଦିନ ଜୀବନକୁ ଜାଳି

 ବିତରଣ କରି ବାଆ ।


ଭୁଲି ଯାଇଥିଲି ଭେଦଭାବ ସବୁ

ପରକୁ ଆପଣା କରି

ମୋ ମହାନ ଗୁଣେ ଦେଉଥିଲି ମୁହିଁ

ଫଳ ଫୁଲ ହାତେ ଭରି।


ଅନ୍ତର ଆତ୍ମା ମୋ ମରିଯାଉଅଛି

ଆଖିରେ ଲୁହର ଧାର

କାହିଁକି ହେ ପ୍ରଭୁ ସବୁଜ ଶରୀର

କରିଦେଲ ଛାରଖାର।


ଆଉ କି ମଣିଷ ଲଗାଉଛି ମୋତେ

ସ୍ନେହ ଶ୍ରଦ୍ଧାଟିକେ ଦେଇ

ସ୍ବାର୍ଥେ ଅନ୍ଧ ହୋଇ ସିଏ ଯେ ହାଣଇ

ଶୁଣି କି ପାରୁଛ ସାଇଁ।


ସାଇଁ ହେ ତୁମର ଅପାର କୃପାରେ

ବିଗଳାଙ୍ଗ ଦେବ ଧୋଇ

ବୁଝାଇ କହିବ ମଣିଷ ଭାଇକୁ

ଗଛ ବିନା ସୃଷ୍ଟି ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍