ସାହିତ୍ଯ,ସାଧନା ଓ ମୁଁ
ସାହିତ୍ଯ,ସାଧନା ଓ ମୁଁ
ସାହିତ୍ଯ କ'ଣ କି?
ଗୋଟେ ମନର ଆବେଗ ଓ ଭାବ
ଅଜସ୍ର ପଠନର ଶୈଳୀ
ଦର୍ଶନର ନିଦର୍ଶନ ଛବି
ଶଦ୍ଦରେ ଛନ୍ଦାୟିତ ଗଳ୍ପ,କବିତା ଓ ପ୍ରବନ୍ଧ।
ସାହିତ୍ଯ ଅମର ହସ୍ତାକ୍ଷର
ଥରେ ଦୃଢ଼ତାରେ ଠିଆ ହେଲେ
ମରିମରି ବଞ୍ଚିଯାଏ ଯୁଗରୁ ଯୁଗକୁ ।
ଦେଖୁନ !
ଆମର ପୂର୍ବଜ ଲୋକଙ୍କୁ
ଯିଏ ସାହିତ୍ଯ ସୃଷ୍ଟିକରି ହୃଦୟରେ ସ୍ଥାନ
ସେମାନେ ତ ଚାହିଁ ନ ଥିଲେ ନୋବେଲ ପୁରସ୍କାର
ଭାଷା ସାହିତ୍ଯକୁ ବଞ୍ଚାଇ ରଖିବା
ଲକ୍ଷ୍ଯ ଓ ଉଦ୍ଦେଶ୍ଯ।
ସାଧନା ଥିଲା ଲୋକ କଲ୍ଯାଣର
ସ୍ବାର୍ଥ ନୁହେଁ ତ୍ଯାଗ
ନେବା ନୁହେଁ ଦେବା
ଗଳ୍ପ,କବିତା ଅବା ପ୍ରବନ୍ଧରେ ସଚେତନ।
ମୁଁ କିନ୍ତୁ ଭିନ୍ନ ସାହିତ୍ଯିକ
ମୋର ଲୋଡା଼ ନୋବେଲ ପୁରସ୍କାର
ସାହିତ୍ଯର ମାନ ଚୁଲିକୁ ଯାଉ
ଯଥାଶୀଘ୍ର ଦିଆଯାଉ ପୁଳାପୁଳା
ନ ହେଲେ ସାହିତ୍ଯ ଲେଖିବି କାହିଁକି?
ମୋତେ ଘୃଣା କରିପାର
ଗାଳି ବି ଦେଇପାର ମନଇଛା କେତେ
ମନ କି ହୃଦୟରେ
ସାହିତ୍ଯ ସାଧନା ନ ଥାଉ
ଆଗ ଧାଡି଼ରେ କିନ୍ତୁ ରଖାଯାଉ।