STORYMIRROR

Anam Charan Sahoo

Others

3  

Anam Charan Sahoo

Others

ସାହାରା

ସାହାରା

1 min
175

କବି ମନୋଭାବ କରେ ମୁଁ ପ୍ରକାଶ

ଦେଖାଏ ନୂତନ ପଥ

ମାନବ ମନରେ ଜାଗରଣ ଖେଳେ

ଗତିଶୀଳ ଦେହ ରଥ।

ଆନନ୍ଦ,ବିଷାଦ ଶାନ୍ତି, ମୈତ୍ରୀ, ପ୍ରେମ

ଯୁଗଳ ପୀରତି ଭାବ

ଭୂଗୋଳ, ବିଜ୍ଞାନ ଇତିହାସ ଜ୍ଞାନ

ଲେଖିଥାଏ ମୁହିଁ ସର୍ବ।

ମୋ ଶକତି ବଳେ ସୁପ୍ତ ଜାତି ଜାଗେ

ବିତରି ଜ୍ଞାନ ଆଲୋକ

ପରିବର୍ତ୍ତନ ହିଁ ଅବଶ୍ୟ ଘଟଇ

ଦୁଃଖ ପରେ ଆସେ ସୁଖ।

ଭାଙ୍ଗେ ଅହଂକାର ନିଷ୍ଠୁର ରାଜାର

ପ୍ରଜାଙ୍କୁ କରି ଏକତ୍ର

ମୁଁ ଶୋଇ ପଡିଲେ ଦେଶ ଶୋଇଯାଏ

ଅରାଜକତା ସର୍ବତ୍ର।

ସ୍ବାଧିନଚେତାଙ୍କ ଅଟେ ମୁହିଁ ବଳ

ରଖିଥାନ୍ତି ମୋତେ ପାଶେ

ଶବଦେ ଶବଦ କରିଦ୍ଯନ୍ତି ମେଳ

ମନେ ଯେବେ ଭାବ ଆସେ।

ସାହିତ୍ୟ ପ୍ରବୀଣ ସାମ୍ବାଦିକ ଗଣ

ସ୍ବାଧିନ ଲିପ୍ସା ମାନବ

ମୋ ଲାଗି ତାଙ୍କର ହୁଅଇ ଆଦର

ବଳି ପଡନ୍ତି ଦାନବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍