STORYMIRROR

Pranati Mahapatra

Others

3  

Pranati Mahapatra

Others

ସାହା ସେହି ନାଟୁଆ

ସାହା ସେହି ନାଟୁଆ

1 min
205

ହସୁଛି କାଳିଆ ଓଠ ଚିପି ଚିପି

 ରତନ ବେଦୀ ଉପରେ 

ଶୁଭେନି ତା' ହସ କାହାକୁ କେବେ ତ

 ବୁଝିବା ଲୋକ ଦେଖେରେ 

 ସେ ଦେଖୁଥାଏ ବସି ନାଟ

ସ୍ଵଚକ୍ଷୁରେ ଅନ୍ଧପୁଟୁଳି ବାନ୍ଧିଣ

 କିଏ ଖୋଲେ କେତେ ହାଟ।


ସଂସାର ଯାକର ନାଟୁଆ ଭିତରେ

  ସେ ପରା ବଡ଼ ନାଟୁଆ 

ଭାଙ୍ଗୁଥିବା ଘର ଗଢି ଦେବା ପାଇଁ

 ନିର୍ଦ୍ଦେଶକ ଭାବେ ଠିଆ 

 ସହେନା କାହା ବଡେଇ

ହାଟୁଆ ପରାୟେ ମୂଲଚାଲ କରି

  ଉଚିତ ମୂଲ ଦିଅଇ।


କେନ୍ଦ୍ରବିନ୍ଦୁ କରି ଧରେ ଯେ ଅନ୍ତରେ

  ଅନ୍ତର କଥା ବୁଝଇ 

ଦୁର୍ଯ୍ୟୋଧନ ଆଉ ଦ୍ଵିତୀକୃଷ୍ଣ ଗାଥା

  କାହାକୁ ଅଛପା ନାହିଁ 

 କୃଷ୍ଣା ଯେ ପ୍ରମାଣ ଥାଇ

ସତ୍ୟ ଧର୍ମ ନ୍ୟାୟେ କର୍ମ କରି ହରି

 ଶରଣେ ଯେ ଜନ ଥାଇ।

 ତା'କୁ ହରି ସହାୟ ହୁଅଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍