STORYMIRROR

Anam Charan Sahoo

Others

3  

Anam Charan Sahoo

Others

ସାଧବ ବୋହୂ

ସାଧବ ବୋହୂ

1 min
356

ସତ କହ ସାଧବାଣୀ କାହିଁ ତରତର

କେଉଁଠି ତୋ ଘର ପୁଣି କିଏ ତୋର ବର !

ନାଲି ପାଟଶାଢି ପିନ୍ଧି କେଣେ ତୁହି ଯାଉ

କାହାପାଇଁ ସଜବାଜ ଏତେ ଦିନେ ହେଉ ।

ମଉସୁମୀ ବରଷାକୁ ଆଣିଲେ ସାଥିରେ

କୁନିକୁନି ପାଦେ ଚାଲୁ ନୀରେ ଭିଜି ଧୀରେ ।

ଶୀତ, କାକର, ନିଦାଘ କଷ୍ଟ ଯାଉ ଭୁଲି

ସାଙ୍ଗସାଥୀ ଧରି ତୁହି ବାହାରଉ ବୁଲି ।

ମନ ମୋର ଯାଏ ଭରି ତୋତେ ଦେଲେ ଦେଖି

ରୂପ ରାଇଜର ରାଣୀ ଯିବିକି ଉପେକ୍ଷି?

ଲାଜଲାଜ ଚାହାଣୀ ତୋ କରଇ କିମିଆ

ସାଧବ ଜଗିଛି ପଥ ବହେ ପ୍ରେମ ବାଆ ।

ସୁଖେ ରହ ସୁଖ ଦେଇ ବିଷାଦିତ ନରେ

ଦେଖାଦେବୁ ଏଇମିତି ବରଷକେ ଥରେ ।


Rate this content
Log in