ସ୍ୱପ୍ନର ପ୍ରତିଫଳନ
ସ୍ୱପ୍ନର ପ୍ରତିଫଳନ
1 min
5.5K
ସ୍ୱପ୍ନ ଏକ ବାସ୍ତବତାର ଆହ୍ୱାନ
ଭିକ୍ଷୁକର ଟଙ୍କାଶଯ୍ୟାରେ ଶୟନ
ଅଳସୁଆର ବାରବାଟି କର୍ଷଣ
ପଙ୍ଗୁର ହିମାଳୟ ଲଙ୍ଘନ
ଚାନ୍ଦକୁ ବାମନର ଆକର୍ଷଣ
ଆକାଶ କୟାଁ ସମୁଦ୍ର ମୀନର ମିଳନ।।
ସ୍ୱପ୍ନ,
ଏକ ଉତ୍ତର ଅସମାହିତ ପ୍ରଶ୍ନର
ଆଲୋକ ଅମାବାସ୍ୟା ଅନ୍ଧାରର
ପଥିକ ନିର୍ଜନ ରାଜପଥର
ଅପତ୍ୟ ବନ୍ଧ୍ୟାଭିଶପ୍ତ ନାରୀର
ବିଜୟ ପରାଜିତ ସମ୍ରାଟର
ନିର୍ଜଳ ରିମ୍ ଝିମ୍ ଶ୍ରାବଣର
ପୁଲକ ଅସହାୟ ଜୀଵନର।।
ସ୍ୱପ୍ନ,
କେବେ ଖରା ଶୀତ ସକାଳର
ମଳୟ ପ୍ରଣୟ ବସନ୍ତର
ସ୍ପନ୍ଦନ ପ୍ରଫୁଲ୍ଲିତ ହୃଦୟର
ଚିନ୍ତନ ଉଚ୍ଚ ଅଭିଳାଷର
ଇନ୍ଦ୍ରଧନୁ ସୁନୀଳ ଆକାଶର
ମିଳନ ଆତ୍ମା ପରମାତ୍ମାର।।
