ସ୍ୱପ୍ନ ପ୍ରଜାପତି
ସ୍ୱପ୍ନ ପ୍ରଜାପତି
1 min
284
ଲାର୍ଭାରୁ ଅସ୍ତବ୍ୟସ୍ତ ହୋଇ
ବାହାରି ତ ଆସିଲି,
ଇଚ୍ଛା ଥିଲା ସାତ ରଙ୍ଗର ସ୍ୱପ୍ନ ଲେସିହୋଇ
ଡେଣାରେ ରଙ୍ଗବେରଙ୍ଗର,
ବିମୋହିତ କରନ୍ତି
ତୁମ ବିଦଗ୍ଧ ମନକୁ
ସଫେଦ୍ କାନ୍- ଭାସରେ ତୁମର
ଅାଙ୍କନ୍ତି ରଙ୍ଗୀନ ଛବି
ମୁଁ ବି ହୁଅନ୍ତି ଜୀବନ୍ତ
ଆଉ ସତ !!
ତୁମେ ଦେଖି ନ,
ଆଉ ପ୍ରତିଥର ପୁନର୍ଜନ୍ମ ନେଇ
ଉଡି ବୁଲୁଛି
ଫୁଲ କୁ ଫୁଲ ,
ବଶୀଭୂତ କରିବାକୁ !!
କାଳେ ସମ୍ମୋହିତ ହୋଇ
ଆପୁଲକ୍ ଚାହିଁଵ,
ଆଗ୍ରହୀ ହେବ ,
ଆଉ ମୁଁ ଧରା ଦେବି
ଚିରକାଳ ତୁମର ହିଁ ହେବି ,
ମୋତେ ପାଇବାକୁ କାହିଁ ସେ ଉତ୍ତେଜନା
କାହିଁ ସେ ବ୍ୟାକୁଳତା ତୁମର ??
