STORYMIRROR

Maitreyee Kamila

Others

3  

Maitreyee Kamila

Others

ସ୍ୱାଧୀନତାର ସୂର୍ଯ୍ୟୋଦୟ

ସ୍ୱାଧୀନତାର ସୂର୍ଯ୍ୟୋଦୟ

1 min
27


୭୪ବର୍ଷର ସ୍ୱାଧୀନତାର ସୂର୍ଯ୍ୟ ଉଦୟ 

ଦେଖ ଭଲକରି ଦେଖ ଖବରକାଗଜ଼ ପୃଷ୍ଠାରେ ସୁସଜ୍ଜିତ ମୋ ଦେଶର

ଚୌସ୍ତରୀ ବର୍ଷର ଗୌରବମୟ ଇତିହାସ।


ଫର୍ଦ୍ଦ ଫର୍ଦ୍ଦରେ ଦେଖ 

ମହାତ୍ମା, ସୁଭାଷ, ଜୟୀ ରାଜଗୁରୁ, ଲାଲ ବାହାଦୂର, ସର୍ଦାର ପଟେଲଙ୍କ ଭଳି 

ସ୍ୱାଧୀନତା ସଂଗ୍ରାମୀଙ୍କ ଅମର ଗାଥା।


କାନପାତିଲେ ଶୁଣିପାରିବ

ଜାଲୀଓ୍ୱାଲାନାବାଗ ହତ୍ୟାକାଣ୍ଡର 

ଜେନେରାଲ ଡାୟାରର ଗୁଳିର ଶବ୍ଦ

ଦେଖିପାରିବ 

ଇଂଚୁଡ଼ି ଲବଣ ସତ୍ୟାଗ୍ରହର ଲାଲ ଦାଗ


ମୁଠାଏ ମାଟି ଛୁଇଁ ଯଦି

କହିପାରିବ ଟାଣ ପଣଯୋଡି

 ଏ ଦେଶ ଚାଷୀ ମୂଲିଆର ଦେଶ ବୋଲି

ତେବେ

କାହିଁକି କରେ ଚାଷୀ ଆତ୍ମହତ୍ୟା

ଝାଳବୁହା ପରିଶ୍ରମ କରି

ଖଟୁଥିବା ଶ୍ରମିକର ଦେଶ 


ଗରିବ ଅସହାୟଙ୍କ ଲୁହରେ କାହିଁଇକି ବେଳେ ବେଳେ ଝାପ୍ସା ଦିଶେ ବାପୁଙ୍କ ଚଷମା


ଝିଅଟି ରାସ୍ତା ମଝିରେ ଯିବା ବେଳେ କାହିଁକି 

ସ୍ୱାଧୀନତାର ରଙ୍ଗ ଦେଖେ

ଆଖି ଫାଡ଼ି କେତେ ନାଲି ଆଖିକୁ ସାମ୍ନା କରେ।


ତେବେ ସ୍ୱାଧୀନତା କଣ ଏକ ପର୍ବ

ନା ଭୁଲି ପାରି ନଥିବା ଦେଶର ତାରିଖ 

ନା ପାଉଁଶ ଗଦା ଭିତରୁ ଲିଭି ପାରି ନଥିବା ନିଆଁ ଝୁଲ ପରି

 ଗୋଟିଏ ଦିନର ସାଉଁଟା ସୁଖ।




Rate this content
Log in