STORYMIRROR

Ranjan kumar Mohanty

Others

3  

Ranjan kumar Mohanty

Others

ସ୍ୱାଧୀନତାର ସ୍ୱାଦ

ସ୍ୱାଧୀନତାର ସ୍ୱାଦ

1 min
313

ସ୍ୱାଧୀନତା ଏଠି ପ୍ରଶ୍ନବାଚୀ ଆଜି 

ବିତି ଯାଇଅଛି ବହୁ ବରଷ 

ଶାସନ ହୋଇଛି ଶୋଷଣର ବଶ 

ଲେଖି ନୂଆ ଇତିହାସ 

କାହାକୁ ବା ଦେବା ଦୋଷ 

ସ୍ୱାର୍ଥର ନାଆରେ ନଈ ହେଉ ପାରି 

ନାଉରି ସାଜିଛି ନର ରାକ୍ଷସ 


ହିଂସା ଅସୁରୁଣୀ କୁହୁକ ଦେଖାଏ 

ନର ରକ୍ତ ନର ଯାଉଛି ଶୋଷି 

ସଂତ୍ରାସବାଦର ସଂଘର୍ଷରେ ଆଜି 

ନିରୀହ ଜନତା ପାଉଛି ଫାଶୀ 

ଯନ୍ତ୍ରଣା ଚକିରେ ପେଷି 

ଦୁର୍ନୀତିର ଦୂର ଦିଗବଳୟେ ଦେଖ 

ଅନ୍ଧାର କୁହୁଡି ଦିଶୁଚି ବେଶୀ 


ପାଇଖାନା ଠାରୁ ପାର୍ଲାମେଣ୍ଟ ଯାଏ 

ଯୋଜନା ଯାଇଛି ଫସର ଫାଟି 

ସ୍ୱାର୍ଥ କନା ବନ୍ଧା ସବୁରି ଆଖିରେ 

ହଜି ଯାଇଅଛି ସମ୍ପର୍କ କାଠି 

କାହାକୁ କହିବ ଏଠି 

ବଡ଼ ବଡୁଆଙ୍କୁ କି ଅବା ଉତ୍ତର 

ଗରିବ ମରଇ ଖଟି 


ନାରୀର ସୁରକ୍ଷା କାଗଜେ ସୀମିତ 

ରାଜରାସ୍ତା ତାର ଅଟଇ ସାକ୍ଷୀ 

ନ୍ୟାୟ ନିକିତି ନୀରବ ସାଜିଛି 

ଲୁହ ନିଗାଡୁଛି ନିରୀହ ଆଖି 

ମୁହେଁ ଭଲ ରଙ୍ଗ ମାଖି 

ଅଭିନେତା ହ୍ୱନ୍ତି ରାଜନେତା ସବୁ 

ଭୋଟ ହେଲେ ପାଖା ପାଖି 


ସମୟ ରହିଛି ସୁଧୁରିବ ଭାଇ 

ସୁନାର ଭାରତ ଗଢିବା ଆମେ 

ଦେଶ ଜାତି ପାଇଁ କର୍ମ କରିଯିବା 

ସୁନାମ ଆଣିବା ଦେଶର ନାମେ 

ପୁଣି ଏହି ଧରା ଧାମେ 

ଗଗନ ପବନ ମୁଖରିତ ହେବ 

ରଘୁପତି ରାଜା ରାମେ 


Rate this content
Log in