STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ସ୍ୱାଧୀନତା :ଏକ ପ୍ରଶ୍ନବାଚୀ

ସ୍ୱାଧୀନତା :ଏକ ପ୍ରଶ୍ନବାଚୀ

1 min
44

ସ୍ୱାଧୀନତା.! ସ୍ୱାଧୀନତା.! ସ୍ୱାଧୀନତା !

ଅର୍ଦ୍ଧ ଦଶନ୍ଧି ର ଉର୍ଦ୍ଧ୍ଵ ଦିନରେ,

ସତରେ କଣ ଆମେ

ଜାଣିଛନ୍ତି ଆଉ ଚିହ୍ନି ପାରିଛନ୍ତି

ସ୍ବାଧୀନତାର ପ୍ରକୃତ ଅର୍ଥ?


ରାମ ରାଜ୍ୟର ସନ୍ଧାନରେ ଆମେ ସନ୍ଦିହାନ,

ନାରୀ ସୁରକ୍ଷାର ଦମ୍ଭୋକ୍ତି ଆଜି

ଧୀରେ ଧୀରେ ଅତ୍ୟାଚାରର 

ବାସ୍ନା ବାରିଲାଣି..!


ଦାଦନ ଶ୍ରମିକର ବ୍ୟାକୁଳତାରେ

ଅର୍ଥନୀତିର ନଗ୍ନ ଚିତ୍ର 

ରାଜନୀତିର ପଶା ଖେଳରେ 

ଦୁର୍ନୀତିଗ୍ରସ୍ତ ଦେଶର ଶାସକ

ତଥାକଥିତ ଜନତାର ସେବକ ରାଜନେତା.....!


ସାମ୍ପ୍ରଦାୟିକ ବହ୍ନିରେ 

ଆଜି ସମାଜର ଭାଇଚାରାରେ

ଆକ୍ରୋଶ ଓ ଘୃଣାର ଧୂଆଁ ଉଠିଲାଣି..!


ଏହା କଣ୍ ସ୍ୱାଧୀନତା?

ଏହା କଣ୍ ରାମ ରାଜ୍ୟ?


ସମସ୍ୟା ଏଠି ଅନେକ,

କିଛି ପ୍ରକାଶିତ କିଛି ଲୁକାୟିତ,


ତଥାପି ସମୟ ଅଛି ବନ୍ଧୁମାନେ,

ଏଇ ସ୍ଵାଧୀନତା ଦିବସରେ ଶପଥ ନେଇ

ଏକମନ ହୋଇ, 

ଏକତାର ସୂତ୍ରରେ

ଆଗେଇ ଆସି ମା ମାଟିର 

ପୂର୍ବ ଗୌରବ ଓ ସ୍ୱପ୍ନର ରାମ ରାଜ୍ୟକୁ

ସ୍ଥାପନା କରିବା,


ଶାନ୍ତି, ମୈତ୍ରୀ, ଆଉ ସଦ୍ ଭାବନା ସହ

ଭିନ୍ନତାରେ ଏକତାର ମନ୍ତ୍ର ଗାଇ..!!


Rate this content
Log in