STORYMIRROR

Bijaylaxmi Behera

Others

3  

Bijaylaxmi Behera

Others

ସ୍ୱାଭିମାନ

ସ୍ୱାଭିମାନ

1 min
303

ମୋତେ ମାରିବାର ରାସ୍ତା ଖୋଜିନେଉ

ଆଘାତ ପହଞ୍ଚାଇ ମୋ ସ୍ୱାଭିମାନକୁ ବାରବାର

କେଡେ ଚାଲାକ ମ ତୁ

ଶବ୍ଦ ଅଶବ୍ଦ ନୁହେଁ

କେବଳ ମୋ ଘା'କୁ ଆଉ ଟିକେ ଉଖୁରେଇ ଦେଉ

ପୂଜ ପଚପଚ ଘା'ର ଅଭିମାନକୁ ଅଣଦେଖା କରୁ

ସତରେ କରିପାରୁ ନା ବାହାନା କରୁ

ଆଉ କଣ ସହିବି ମୁଁ

କଦାପି ନୁହେଁ

ବେଳ ଥାଉ ଥାଉ ଯଦି ନ ସାଇତିବି ମୋ ମାନ ସମ୍ମାନ

ନିହାତି ନିଃସ୍ୱ ହେବାଟା ଥୟ

ଆଉ ମୁଁ ଯେ ବିଲକୁଲ ଚାହେଁନା ଏମିତି

ପକ୍ଷାଘାତ ଆବେଗକୁ ପରା

ଉଝେଇ ଦେଲିଣି କେଉଁ କାଳୁ

ଗାଣ୍ଠିଲିଏ ଅବଶୋଷ କୁ ରଖି ଆସିଛି 

ପାରିବୁ ଯଦି ବାଣ୍ଟି ଦେବୁ

ଯାହାର ପାଇବାର ଅଛି ଯେତେ

ଏବେ ତ ମୋର ଡେଣା ଝାଡ଼ି 

ଅଳନ୍ଧୁ ସଫା କରିବାର ବେଳ

ଅଶ୍ଵସ୍ତି,ରୁଦ୍ଧ ଅନୁଭବ ସବୁକୁ 

ଗାଁ ମୁଣ୍ଡ କିଆ ବୁଦାରେ ଫୋପାଡ଼ିବାର ସମୟ

ତୁ ଖାଲି ଭୋଗୁଥା ନିର୍ବାସନ

ପ୍ରାରବ୍ଧ ଆଗରେ ନିଃସର୍ତ୍ତ ସମର୍ପଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍