STORYMIRROR

rasmi maye pati

Others

3  

rasmi maye pati

Others

ରୂପସୀ ର ବଂଶୀ

ରୂପସୀ ର ବଂଶୀ

1 min
240


ମୋ ମନ କୁଞ୍ଜବନ ରେ

  କେ ଫୁଙ୍କେ ବଇଁଶୀ

ହଜି ଗଲା ପଥ ମୋର

  ହେଲି ମୁଁ ରୂପସୀ।।।।

କଦମ୍ବ ବନ ରୁ ଶୁଭେ

  ରାଇ ରାଇ ସ୍ଵନ

ସେ ସୁର ରେ ଭିଜି ଗଲା

  ପ୍ରୀତି ସିକ୍ତ ମନ।।।

ଆଦରିଲି ସେ ସୁର କୁ

  ହୃଦ କୋଠରୀ ରେ

ଧରା ଦେଲା ସେଇ ପ୍ରୀତି

 ମୋର ଲେଖନୀ ରେ।।।।

ଆସ ଗୋ ପ୍ରୀତି ଝଙ୍କାର

  ମିଶି ବହି ଯିବା

ଝଙ୍କୃତ ହେବା କାଗଜେ

  ମନ ମୋହି ନେବା।।।

କେତେ ବେଳେ ଝରି ଯିବା

  ମରୁ ପ୍ରାନ୍ତର ରେ

ଝରି ଯିବା କେବେ ପୁଣି

  ତରୁ ପଲ୍ଲବ ରେ।।।

ଭାବ ରେ ହଜିବା ପୁଣି

  କାଳିଆ ପାଖରେ

ମୁଁ ଜାଳି ବି ଦୀପ ଟିଏ

  ତୋର ଲେଖନୀ ରେ।।।

ବସନ୍ତ ରେ ହଜିଯିବା 

  ମଧୁ ମଳୟ ରେ

ପଞ୍ଚମ ତାନେ ମିଶିବା

  ପିକ ର କଣ୍ଠ ରେ।।।

ଭାବ ରେ ମୁଁ ଭିଜୁ ଥିବି

  ତୁହି ଝରୁ ଥିବୁ

ପାଠକ ର ହୃଦ ତଳେ

  ମ ଜି ଯାଉଥିବୁ।।।

ବିନା ଆମନ୍ତ୍ରଣ ରେ ତୁ

  ଆସି ଯା ଉଥି ବୁ

ମୋ ଭାବ ରେ ତୋ ହୃଦ କୁ

 ମିଶାଇ ବହିବୁ।।।

କେଉଁ ବଇଁଶୀ ଟି ଶୁଭେ

  କିଏ ସେ ରୂପସୀ

କା ଭାବ ରେ ମିଶେ କିଏ 

  କହି ପାରିବ କି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍