STORYMIRROR

Alaka Dash

Others

4  

Alaka Dash

Others

ଋତୁରାଜ

ଋତୁରାଜ

1 min
246


ମୋ ସ୍ମୃତିର ଆଇନାରେ 

ଅଭୁଲା ଦିନର ମହକ ଥୋଇ 

ଆସ ତୁମେ ଚୁପି ଚୁପି, 

ଋତୁପର୍ଣ୍ଣlର ସମ୍ଭାର ଖୋଲି 

କହିବାକୁ କାନେ କାନେ ମୋର 

ତୁମର ସେ ମିଠା ମିଠା 

ମଧୁ ଭାଷା ।

ମହକି ଉଠେ ବଉଳ ପେନ୍ଥାରୁ 

ଗୁଣୁ ଗୁଣୁ ଭଅଁର ଗାଏ 

ପ୍ରିତୀର ସାମବେଦ 

ପ୍ରଣୟର ଓଁ କାର ଝଙ୍କୃତ ହୁଏ 

ଫୁଲ ବନାନୀରେ 

ଉଙ୍କି ମାରେ ସାଇତା ସ୍ବପ୍ନ 

ପୁନେଇଁ ଜହ୍ନରେ, 

କୋଇଲିର କୁହୁ ତାଳେ 

ଲେଖା ହୁଏ ପ୍ରିତୀ କାବ୍ୟ, 

କୁସୁମିତ ସୁରଭିତ 

ଚଗଲା ବତାସରେ 

ମନ ମୋର ହଜି ହଜି 

ଝୁମି ଯାଏ, ରଙ୍ଗ ପିଚକାରୀରେ 

ଜୀବନର ଦୁଃଖ ସୁଖ ଅରପି ଦିଏ 

ଜାଗରର ଦୀପ ଜାଳି ଜାଳି, 

ତଥାପି ! ତୁମକୁ ସନ୍ଦେହ, 

ତୁମେ ବଦଳିଯାଅ 

କ୍ଷଣକେ, ଆଖି ପିଛୁଳାକେ, 

ସମୟ ସୁଅରେ, 

ଆଶା ବିଶ୍ୱାସକୁ ଧୂଳିସାତ କରି 

ଚଇତାଳିର ନିଷ୍ଠୁର, ନିଷ୍କରୁଣ 

ଶୁଷ୍କ, ଧୂସର ତେଜରେ 

ତୁମେ କ୍ଲାନ୍ତ ପଥିକ ପରି 

ଝୁମେଇ ପଡ଼ ଖରାଟିଆ 

ଝାଳୁଆ ଦେହକୁ 

ଟିକେ ଆରାମ ଦେବାକୁ

ଛାୟା ପଥ ଧାରେ  ll

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍