STORYMIRROR

KAMAKSHYA PRASAD BEHERA

Others

4  

KAMAKSHYA PRASAD BEHERA

Others

ରଥରୁଢା ଜଗନ୍ନାଥ

ରଥରୁଢା ଜଗନ୍ନାଥ

1 min
269

ପ୍ରାଣ ମୋର କୁଆଁ କୁଆଁ ଡାକିଲା ଯେବେ, 

ପିଣ୍ଡେ ମୋର ବସା ବାନ୍ଧି ରହିଲୁ ତେବେ ।


 ପଥେ ମତେ ଦେଖାଇଲୁ ମାୟା ସଂସାର, 

ପାରି ହେବା ପାଇଁ ଜପେ ନାମ ତୁମର।


ଦେଖାଇଲ ବଡ଼ଦାଣ୍ଡେ ତୁମରି ମାୟା,

ଜଗତର ନାଥ ବୋଲି ଅଧୁରା କାୟା।


ଭାଇଭଉଣୀ ରେ ଶ୍ରଦ୍ଧା ରଖିଛ କେତେ, 

ତିନି ରଥେ ବୁଲି ଯାଅ ଆନନ୍ଦ ଚିତ୍ତେ।


ଜାତି ଧର୍ମ ଧନ ମାନ ଭୁଲି ସକଳ, 

ଦେଖୁଥାନ୍ତି ଭକ୍ତ ଜନ ହୋଇଣଠୁଳ।


ମିଳିମିଶି ଖାଉଥାନ୍ତି ଅବଢ଼ା ଅର୍ନ୍ନ ,  

ପରଷ୍ପରେ ଗଢିଉଠେ ଭାବ ନୂତନ ।


 ଵଡଚାଷୀ ବୋଲି ତୁମେ ପାଳ ସଂସାର, 

ଅକ୍ଷୟ ତୃତୀୟା ଠାରୁ ଵେହୁଡା ଜୋର ।


 ଚିତାଲାଗି ଅମାବାସ୍ୟା ପୋରୁହ ପର୍ବ,

 ବାର ମାସେ ତେର ପର୍ବ ପାଳୁଛୁ ସର୍ବ।


ରଥରେ ଦେଖିଲ ତତେ ମିଳଇ ମୁକ୍ତି,

ଡୋରି ଲଗାଇ ଟାଣୁଛୁ ମତେ ଯେମିତି ।


କଳା ଧଳା ହଳଦିଆ ବର୍ଣ୍ଣ ମାନବ, 

ତୋଠାରେ ଲଗାଇଥାନ୍ତି ତାଙ୍କର ଭାବ ।


ରଥୁ ଯେବେ ଛାଡିଯିଵେ ପଡ଼ିବ ପିଣ୍ଡ , 

ରଥରୁଢା ଜଗନ୍ନାଥ ପାପକୁ ଖଣ୍ଡ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍