Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ରଥ ସଜ କର ସଅଳ

ରଥ ସଜ କର ସଅଳ

1 min
175



ଅକ୍ଷୟ ତୃତୀୟା ପବିତ୍ର ତିଥିରେ

     ରଥ ହୁଏ ଅନକୁଳ.

ବଢ଼େଇ, କମାର ଲାଗିପଡିଛନ୍ତି

     ଯେତେ ଜଗା ସୈନ ଦଳ.

ପ୍ରଭୁ ରଥ ସଜ ହେବ ସଅଳ. l


ମନ ଲାଗୁନାହିଁ ରତନ ବେଦିରେ

     ଏତେ ଭକତଙ୍କୁ ଦେଖି.

ଘଡିକେ ଘଡିକେ ବୁଲି ଆସୁଛନ୍ତି

     ଦାଣ୍ଡେ ରଥକୁ ପରଖି.

କେମିତି ସଅଳ ରଥ ସଜ ହେବ

     ପ୍ରଭୁଙ୍କ ମନ ଅସ୍ଥିର. l


ବୁଲିଯିବା ପାଇଁ ମାଉସୀ ମା ଘର

     ଜନମ ଭୂଇଁକୁ ତାର.

ଉଚ୍ଛନ୍ନିଆ ମନ ଜମା ମାନୁ ନାହିଁ

     ହୁଏ ଖାଲି ତର ତର.

ଯେତେ ପଡ଼ୁ ବିଘ୍ନ ହେ ସଇନ ଦଳ

     ରଥ ଶୀଘ୍ର ସଜ କର. l


କେତେ ଯେ ପତିତ ଦଣ୍ଡରେ ଡାକିବେ

     ଆସ ପ୍ରଭୁ ଦାଣ୍ଡେ ଆସ.

ତୁମ ସାଥେ କେତେ ଥଟ୍ଟା ମଜା ହେବୁ

     ହୋଇବ ମନ ହରଷ.

ଥାଟ ପଟୁଆର ସାଜି ତୁମ ସାଥେ

     ଯିବୁ ତୋର ଷଠୀଘର. l

    

     


Rate this content
Log in