Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Others

3  

rasmi maye pati

Others

ୠଣୀ କିଏ ସେ

ୠଣୀ କିଏ ସେ

1 min
144



ହୀରା ମୋତି ମୁହିଁ ମାଗି ତ ନଥିଲି

   ମାଗି ନାହିଁ ସୁନା ଚାନ୍ଦି,

ଅଟ୍ଟାଳିକା,ରାଜ- ଦରବାର ନୁହେଁ

   ମାଗିନାହିଁ ହାତୀ ଛତି ।


ମାତ୍ର କରୁଣାର   ବିନ୍ଦୁଟିଏ ସଖା

   ମାଗିଥିଲି ଦିନେ ମୁହିଁ,

ପ୍ରତିବଦଳରେ    ସର୍ବସ୍ବ ଅର୍ପିଲି

   ସର୍ବହରା ହେଲି ମୁହିଁ ।


ଋଣ ଭାର ମୋର ତୋହରି ଉପରେ

    ବଢି ବଢି ଯାଏ ଦିନ,

ଜୀବନଯାତ୍ରାର   ମଧ୍ୟାହ୍ନ ଟପିଲା

  କେବେ ସୁଝିବୁ ମୋ' ଋଣ ?


ଦେବ ଦେବ ବୋଲି ସ୍ବପ୍ନ ରାଇଜରେ

   କେତେ ଆଉ ଭସେଇବ,

ଦେଲାଵାଲା କିଏ ନେଲାଵାଲା କିଏ

    ହିସାବ କରି କହିବ !


Rate this content
Log in