ରଂଗର ପର୍ବ ହୋଲି
ରଂଗର ପର୍ବ ହୋଲି
1 min
7.1K
ବରଷକେ ଥରେ ଆସିଛି ହୋଲି
ରାଇ କିଶୋରଙ୍କୁ ମନରେ ଭାଳି ।
ସାତ ରଂଗ ପଛେ ନହେଲା ନାହିଁ
ଭାଇଚାରା ରଂଗ ନଭୁଲ ଭାଇ ।
ଏକତା ପରବ ମୂଳ ମନ୍ତର
କାହାରିକୁ କର ନାହିଁ ଅନ୍ତର ।
ଇଚ୍ଛା ବିରୁଦ୍ଧରେ ରଂଗ ନବୋଳ
ଅଯଥା ନହେଉ କଳି ତକ୍ରାଳ ।
ବିଷାକ୍ତ ରଂଗଠୁ ଦୂରରେ ରୁହ
ନଦୀ ଗଲାବେଳେ ସଜାଗ ଥାଅ ।
ହୋଲି ସରିଯିବ ସଂଜ ବେଳକୁ
ସ୍ମୃତି ସାଇତିବା କାଳ କାଳକୁ ।
ରଂଗର ପରବ ଭାଇଚାରାର
ଭଗାରୀ ନହେଉ କେହି କାହାର ।