ରଙ୍ଗୀନ ଦୁନିଆ
ରଙ୍ଗୀନ ଦୁନିଆ
ରଙ୍ଗୀନ ଦୁନିଆରେ ରଙ୍ଗର ଆସର
କୁହ କେଉଁ ରଙ୍ଗ ପ୍ରିୟ ଅଟେ କାହାର।
ନାଲି ରଙ୍ଗ ଦର୍ଶାଏ ଶକ୍ତି ଓ ସାହାସ
କ୍ରୋଧ ସକ୍ରିୟତା ସାଙ୍ଗରେ ବିଶ୍ୱାସ।
ଗୋଲାପୀ କହେ କଥା ପ୍ରେମ ବନ୍ଧୁତାର
ସୁରକ୍ଷା ସମ୍ବେଦନି ଓ କୋମଳତାର।
ଧଳା ରଙ୍ଗ ଦର୍ଶାଏ ଆତ୍ମ ନିୟନ୍ତ୍ରଣ
ଆତ୍ମ ବିଶ୍ୱାସ ସାଙ୍ଗେ ଥାଏ ଏକାପଣ।
କଳା କହେ କାହାଣୀ ସ୍ୱତନ୍ତ୍ରତାର
ଜ୍ଞାନ ଗାରିମା ଓ ସ୍ବଳ୍ପ ନିରବତାର।
ଧଳା ଓ କଳାର ସମଷ୍ଟି ଯେ ଧୂସର
ସନ୍ତୁଳନ ସ୍ଥିର ଓ ଗମ୍ଭୀରତାର ଆସର।
ବାଦାମୀ ଯେ ଦର୍ଶାଏ ଶାନ୍ତି ଓ ସାଧୁତା
ପରିବାରବାଦୀ ଓ କର୍ତ୍ତବ୍ୟପରାୟଣତା।
ବାଇଗଣୀ କରୁଥାଏ ଅନ୍ୟର ଆଦର
ସମ୍ବେଦନଶୀଳ ପ୍ରେମ ଓ ସାଧୁବାଦର।
ସବୁଜ ଅଟେ ସତେ ଏକ ଖୋଲା ବହି
ନୈତିକତା ଏବଂ କେବେ ହାର ନ ମାନଇ।
ନୀଳ ରଙ୍ଗ ଦର୍ଶାଏ ଦାୟିତ୍ୱବୋଧତା
ଶାନ୍ତିପ୍ରିୟ ସୁଲଭ୍ୟ ଭବ୍ୟ ଅନୁଚିନ୍ତା।
ଖୁସି ଆନନ୍ଦର ରୂପ ହଳଦିଆ ରଙ୍ଗ
ଭାବୁକ ଆଳସ୍ୟ ସଙ୍ଗେ ନୂଆ ନୂଆ ଢଙ୍ଗ।