Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Others

2  

Manoj kumar Maharana

Others

ରକ୍ତୋତ୍ପଳ

ରକ୍ତୋତ୍ପଳ

1 min
6.9K



ଆମ କାସରଠୁ

ସ୍ୱଳ୍ପ ମାତ୍ର ଦୂରରେ ଥିବା

ଅପର ଏକ ପଦ୍ମାକରେ

ରୋଚନ ପ୍ରସୂନଟିଏ ରହୁଥିଲା.. |

ତଡାଗ ଅଧିକାରୀ ମନାକରିବା ସତ୍ତ୍ୱେ ମଧ୍ଯ

ମୁଁ ତାକୁ ଆଣିବାକୁ ଗଲି,

ଜଳବ୍ୟାଳଙ୍କ ଦଂଶନରେ ମୁଁ

ମୋ ଦୁଇକର ଓ ପାଦମୂଳକୁ ହରାଇବସିଲି |

ତା' ପରେ...ତା ପାଖକୁ ଯାଇପାରିଲିନି କି'

ତାକୁ ଧରି ଆଣିପାରିଲିନି... |


ମୋତେ ବିଶ୍ୱାସ କର ……

" ଆମ ସରେ ଫୁଟି

ମୋର ସବୁ ଦୁଃଖ, ଯନ୍ତ୍ରଣାକୁ

ଲୋଟିନେବାକୁ.....

ଏବେ ଵି ମଧ୍ଯ

ସେଇ ସରସୀରେ.

କର ଯୋଡି

ନତମସ୍ତକ ହୋଇ

ମଧୁରିପୁଙ୍କୁ ଯାଚନାଞ୍ଚା କରୁଛି "

ସେଇ କୋକନଦଟି

ସେଇ କୋକନଦଟି ……||


Rate this content
Log in