STORYMIRROR

Biswanath Nayak

Others

3  

Biswanath Nayak

Others

ରଜନୀ ଗୋ

ରଜନୀ ଗୋ

1 min
183


ରଜନୀ ଗୋ ତୁମେ ଏକାକୀ ଆସନା

               ଚନ୍ଦ୍ରମାକୁ ଆଣ ଡାକି

ନହେଲେ କୁମୁଦ ବିରହ ବେଦନା

               ସହି ତୁମେ ପାରିବକି ।

                

ରଜନୀ ଗୋ ତୁମେ ଏକାକୀ ଆସନା

                ସପନକୁ ଆଣ ସାଥେ

ପରବାସୀ ପତି ପ୍ରିୟାକୁ ତା ଦେଖୁ

                ସପନର ପଥେ ପଥେ। 

                 

ରଜନୀ ଗୋ ତୁମେ ଏକାକୀ ଆସନା

                 ନିଦ୍ରାବତୀ ଆଣ ରାଇ

ଶୀତଳ ପରଶେ କ୍ଳାନ୍ତ ଦୁନିଆକୁ

                ଶାନ୍ତିରେ ସେ ଦେଉ ଶୋଇ। 

                 

ରଜନୀ ଗୋ ତୁମେ ଏକାକୀ ଆସନା

                 ସାଥେ ଆଣ ନିର୍ଜନତା

ନିର୍ଜନେ ପ୍ରେମିକ ପ୍ରେମିକା ହୃଦୟେ

                  ଲେଖୁ ପ୍ରୀତିର କବିତା। 

                  

ରଜନୀ ଗୋ ତୁମେ ଏକାକୀ ଆସନା

                  ଆସ ଧରି ପୁଷ୍ପବାସ

ସନ୍ତାପିତ ପ୍ରାଣେ ଚନ୍ଦନ ପ୍ରଲେପ

                   ଦେଉ ସୁମନ-ସୁବାସ।  


Rate this content
Log in